କରଣ ଜୋହରଙ୍କ ଦୁଇ କର୍ମଚାରୀ କରୋନା ସଂକ୍ରମିତ

ମୁମ୍ବଇ : ବଲିଉଡର ଜଣାଶୁଣା ନିର୍ମାତା ତଥା ନିର୍ଦ୍ଦେଶକ କରଣ ଜୋହରଙ୍କ ଦୁଇ ଜଣ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। କରଣଙ୍କ ଘରେ ଏହି ଦୁଇ କରୋନା ସଂକ୍ରମିତ କାମ କରୁଥିବା ଜଣାପଡିଛି। ଏ ସମ୍ପର୍କରେ ସୂଚନା ପାଇବା ପରେ ବ୍ରିହାନମୁମ୍ବଇ ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ତାଙ୍କ ଘର ଏବଂ ଏହାର ଆଖପାଖ ଅଞ୍ଚଳରେ ଡିସ୍ ଇନଫେକ୍ଟ ପ୍ରକ୍ରିୟା ଆରମ୍ଭ କରିଛି।
କରଣ ଜୋହର ନିଜେ ଏନେଇ ସୂଚନା ଦେଇ କହିଛନ୍ତି ଯେ, ଏହି ଲୋକମାନଙ୍କ ମଧ୍ୟରେ କରୋନା ଲକ୍ଷଣ ଦେଖିବା ମାତ୍ରେ ମୁ ଦୁଇ ଜଣଙ୍କୁ ନିଜ ବିଲ୍ଡିଂରେ ହୋମ୍ କ୍ୱାରାଣ୍ଟିନରେ ରକଇଥଇଲି।
ଧର୍ମା ପ୍ରଡକ୍ସନ୍ସର ମାଲିକ କରଣ ଜୋହର ମଧ୍ୟ ସୂଚନା ଦେଇଛନ୍ତି ଯେ ତାଙ୍କ ଅବଶିଷ୍ଟ ପରିବାର ସୁସ୍ଥ ଏବଂ ନିରାପଦରେ ଅଛନ୍ତି। ପରିବାରର ସମସ୍ତ ସଦସ୍ୟ ସୋମବାର ସକାଳେ ସେମାନଙ୍କର ସ୍ବାବ ପରୀକ୍ଷା କରିଥିଲେ ଏବଂ ଫଳାଫଳ ସବୁ ନେଗେଟିଭ ଆସିଥିଲା। ଏହା ସତ୍ବେ ମଧ୍ୟ କରଣ ଜୋହର କହିଛନ୍ତି ଯେ ତାଙ୍କ ପରିବାରର ସମସ୍ତ ଲୋକ ଆସନ୍ତା ୧୪ ଦିନ ହୋମ-କ୍ବାରେଣ୍ଟିନରେ ରହିବେ।
ଏହାପୂର୍ବରୁ ଚଳଚ୍ଚିତ୍ର ନିର୍ମାତା ବୋନି କପୁରଙ୍କ ଘରେ କାମ କରୁଥିବା ତିନିଜଣ କର୍ମଚାରୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ।

Comments are closed.