ରାଜସ୍ଥାନରେ କପ୍ପା ଭାରିଆଣ୍ଟ ରେ ୧୧ ଜଣ ସଂକ୍ରମିତ ଚିହ୍ନଟ

ଜୟପୁର : ଦେଶରେ କରୋନା ସଂକ୍ରମଣର ୨ୟ ତରଙ୍ଗ ହ୍ରାସ ପାଉଥିବା ଦେଖାଯାଉଥିବା ବେଳେ କିଛି ସ୍ଥାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ମଧ୍ୟ ଦେଖାଯାଉଛି। ସେହିପରି ରାଜସ୍ଥାନରେ କରୋନା ଭୂତାଣୁର କପ୍ପା ଭାରିଆଣ୍ଟ ରେ ୧୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ରାଜ୍ୟର ଚିକିତ୍ସା ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। କପ୍ପା ଭାରିଆଣ୍ଟ ରେ ଚିହ୍ନଟ ୧୧ ଜଣ ସଂକ୍ରମିତଙ୍କ ମଧ୍ୟରେ ୪-୪ ଅଲବର ଓ ଜୟପୁର,୨ ବୋଡମେର ଓ ଜଣେ ଭୀଲବାଡାରୁ। ଏଯାଏଁ କପ୍ପା ଭାରିଆଣ୍ଟ ଡ଼େଲଟା ଭାରିଆଣ୍ଟ ତୁଳନାରେ କମ ଘାତକ ବୋଲି ସୂଚନା ମିଳିଛି।

 

Comments are closed.