ମହୋଷଧିରୁ କମ ନୁହେଁ କର୍ପୁର , ଜାଣନ୍ତୁ କର୍ପୁରର ମହତ୍ତ୍ବ

0

କର୍ପୁର ଏକ ବିଶେ​‌ଷ ପ୍ରକାରର ରସାୟନିକ ପଦାର୍ଥ ଯାହା ବନସ୍ପତିରୁ ପ୍ରାପ୍ତି ହୋଇଥାଏ । ସାଧାରଣତଃ କର୍ପୁର ହେଉଛି ତିନି ପ୍ରକାର । ଜାପାନୀ, ଭୀମସେନୀ ଏବଂ ପତ୍ରୀ କର୍ପୁର । ଏହି କର୍ପୁର ଗୁଡିକର ବ୍ୟବହାର ପୂଜା, ଔଷଧ ଏବଂ ଅତର ପାଇଁ  କରାଯାଏ । ହିନ୍ଦୁ ଧର୍ମ ପରମ୍ପରାରେ ଆରତି ପାଇଁ କର୍ପୁରର ବ୍ୟବହାର ସର୍ବଧିକ । କର୍ପୁରର ସୁଗନ୍ଧ ବା ଅତର ମନକୁ ଏକଗ୍ରତା କରିବା ସହ ଅଗ୍ନି, କଫ ଓ ବାତ ରୋଗରୁ ମୁକ୍ତି ଦିଏ ।

ଔଷଧ ରୂପରେ କର୍ପୁରର ପ୍ରୟୋଗ

କର୍ପୁରର ତେଲ ତ୍ବଚାରେ ମାଲିସ କରିବା ଦ୍ବାରା ରକ୍ତ ସଞ୍ଚାରଣ ଭଲ ଭାବରେ ହୋଇଥାଏ ।
ଗଳାରେ ଯନ୍ତ୍ରଣା ଅନୁଭବ ହେଲେ କର୍ପୁରଯୁକ୍ତ ବାମ ଲଗାଇବା ଦ୍ବାରା ଆରମ ମଳିଥାଏ ।
ବ୍ରଣ ଓ ତେଲିଆ ତ୍ବଚା ପାଇଁ ଏହାକୁ ବ୍ୟବହାର କରାଯାଏ ।
ପାଦ ବା ଆଣ୍ଠୁଗଣ୍ଠି ଫୁଲା ଓ ଯନ୍ତ୍ରଣା ରୁ ମୁକ୍ତି ପାଇଁ କର୍ପୁରକୁ ପ୍ରୟୋଗ କରାଯାଏ ।
କଫ କାରଣରୁ ଛାତିରେ ହେଉଥିବା ଯନ୍ତ୍ରଣାରୁ କର୍ପୁର ତେଲ ଆରମ ଦେଇଥାଏ ।

କର୍ପୁରର ବିଶେଷ ପ୍ରୟୋଗ

ଅଗ୍ନି ପାତ୍ର ଉପରେ କର୍ପୁର ରଖି ଏହାର ସୁଗନ୍ଧକୁ ଘରର ଚତୁର୍ପାଶ୍ବରେ ବୁଲାଇବା ଦ୍ବାରା ଅବସାଦ, ନକାରାତ୍ମକ ଶକ୍ତି ଏବଂ ବାସ୍ତୁଦୋଷ ଦୂର ହୋଇଥାଏ ।
କର୍ପୁରକୁ ଚନ୍ଦନରେ ମିଶାଇ ମସ୍ତକରେ ଲଗାନ୍ତୁ । ଏହା ଦ୍ବାରା ଆକର୍ଷଣ ବଢିବା ସହ କ୍ରୋଧ ହ୍ରାସ ହୋଇଥାଏ ।

Leave A Reply