ଦିଲ୍ଲୀ ହିଂସା : କପିଳଙ୍କ ବିରୋଧରେ ୨ ଏତଲା

ନୂଆଦିଲ୍ଲୀ : ଆମ୍‌ ଆଦ୍‌ମୀ ପାର୍ଟି ପରିତ୍ୟାଗ କରି ଅଳ୍ପ କେଇମାସ ପୂ​ର୍ବେ ବିଜେପିରେ ସାମିଲ ହୋଇଥିବା କପିଳ ସମ୍ପ୍ରତି ବିଧାନସଭା ନିର୍ବାଚନରେ ପରାଜିତ ହୋଇଥିଲେ। ରବିବାର ସେ ହିଂସା ଘଟି ଥିବା ଅଞ୍ଚଳରେ ସିଏଏ ସପକ୍ଷରେ ଶୋଭାଯାତ୍ରା କରିବା ସହ ଉତ୍ତେଜନାମୂଳକ ଭାଷଣ ଦେବା ପରେ ହିଂସାକାଣ୍ଡ ସୃଷ୍ଟି ହୋଇଥିଲା। ‘ଟ୍ରମ୍ପ ଫେରିବା ଯାଏ ଆମେ ଶାନ୍ତ ରହିବୁ; କିନ୍ତୁ ଏହା ପରେ ତୁମ କଥା ଶୁଣିବୁ ନାହିଁ’ ବୋଲି ପୁଲିସକୁ ଚେତାବନୀ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ତାଙ୍କ ବିରୋଧରେ ମଙ୍ଗଳବାର ଦୁଇଟି ଏତଲା ଦାୟର ହୋଇଛି। ଗୋଟିଏ ଆମ୍‌ ଆଦ୍‌ମୀ ପାର୍ଟି ସଦସ୍ୟ ତଥା ସ୍ଥାନୀୟ କର୍ପୋରେଟର ରେଶମା ନଦିମ ଓ ଅନ୍ୟଟି ହସିବ ଉଲ୍‌ ହାସନ ଦାୟର କରିଛନ୍ତି। ସେମାନେ ଜାଫରାବାଦ ଓ ଚାନ୍ଦବାଗ୍‌ ଅଞ୍ଚଳରେ କପିଳ ଉତ୍ତେଜନାପୂର୍ଣ୍ଣ ଭାଷଣ ଦେଇ ହିଂସାକୁ ଉସୁକାଇଥିଲେ ବୋଲି ପ୍ରମାଣ ସହ ଅଭିଯୋଗ କରିଛନ୍ତି। ପୁଲିସକୁ ଚେତାବନୀ ଶୁଣାଇଥିଲେ ମଧ୍ୟ ତାଙ୍କ ବିରୋଧରେ ଅଦ୍ୟାବଧି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ସେମାନେ ଦର୍ଶାଇଛନ୍ତି।

Comments are closed.