ବିିବାହ କରିବେ କପିଲ୍‍

0

ମୁମ୍ବଇ : ପୁଣିଥରେ ଛୋଟ ପରଦାକୁ ଫେରିବା ପାଇଁ କପିଲ୍ ଜୋରଦାର୍ ପ୍ରସ୍ତୁତି ଚଳାଇଥିବା ବେଳେ ବିବାହ ପାଇଁ ମଧ୍ୟ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି । ଡିସେମ୍ବର ମାସରେ ପ୍ରେମିକା ଗିନି ଚତରାଥଙ୍କୁ କମେଡ଼ି କିଙ୍ଗ୍ କପିଲ ଶର୍ମା ବିବାହ କରିବେ। ସୂଚନା ଅନୁସାରେ, କପିଲଙ୍କ ବିବାହ ଉତ୍ସବ ପୈତୃକ ସହର ଅମ୍ରିତସରରେ ଅନୁଷ୍ଠିତ ହେବ । ପଞ୍ଜାବୀ ରୀତିନୀତିରେ ୪ଦିନ ଧରି କପିଲଙ୍କ ବିବାହ ଉତ୍ସବ ଚାଲିବ । ତେବେ ପରବର୍ତ୍ତୀ ସମୟରେ ମୁମ୍ବଇରେ ଏକ ରିସେପ୍ସନ୍ ପାର୍ଟି ରଖାଯିବ ବୋଲି ଶୁଣିବାକୁ ମିଳିଛି।
ଗତବର୍ଷ ମାର୍ଚ୍ଚ ମାସରେ କପିଲ ଶର୍ମା ଗିନିଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ବିଷୟ ଉନ୍ମୋଚନ କରିଥିଲେ। ପୂର୍ବରୁ ସହ-କଳାକାର ସୁନୀଲ ଗ୍ରୋଭରଙ୍କ ସହ ମତାନ୍ତର ଯୋଗୁଁ କପିଲ ଅଡୁଆରେ ପଡ଼ିଥିଲେ । ଏପରିକି ସୁନୀଲ ଶୋ’ ଅଧାରୁ ଛାଡ଼ିଦେଇଥିଲେ ଓ ସେହି ଶୋ’ ବନ୍ଦ ହୋଇ ଯାଇଥିଲା । ତେବେ ‘ଫ୍ୟାମିଲି ଟାଇମ୍ ୱିଥ୍‍ କପିଲ ଶର୍ମା’ ନାଁ’ରେ ଆଉ ଏକ ଶୋ’ ଜରିଆରେ କପିଲ ପୁଣି ଛୋଟପରଦାକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ହେଲେ କପିଲଙ୍କ ଖରାପ ସ୍ୱାସ୍ଥ୍ୟ ଯୋଗୁଁ ଏହା ବନ୍ଦ ହୋଇଯାଇଥିଲା । ଆଗକୁ କପିଲ ଶର୍ମା ଶୋ’ରେ ତାଙ୍କ ପୁଣିଥରେ ଦେଖିବାକୁ ମିଳିବ। ତେବେ ଏହା ପୂର୍ବରୁ ପ୍ରେମିକା ଗିନି ଚତରାଥଙ୍କ ସହ ତାଙ୍କ ବିବାହ ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Leave A Reply