ଡିସେମ୍ବର ୧୨ରେ କପିଲ ଶର୍ମା-ଗିନ୍ନି ବିବାହ

0

ନୂଆଦିଲ୍ଲୀ : ବଲିଉଡ୍‍ ସେଲିବ୍ରିଟି ଦୀପିକା ପାଦୁକୋନ-ରଣବୀର ସିଂହ ଏବଂ ପ୍ରିୟଙ୍କା ଚୋପ୍ରା ଓ ଆମେରିକର ନିକ୍‍ ଜୋନାଜ୍‍ଙ୍କ ପରେ ଏବେ ହାସ୍ୟ କଳାକାର କପିଲ ଶର୍ମା ନିଜ ବିବାହ ବିଷୟରେ ସୂଚନା ପ୍ରଦାନ କରିଛନ୍ତି। ଡିସେମ୍ବର ୧୨ରେ ସେ ତାଙ୍କର ଦୀର୍ଘ ଦିନର ବାନ୍ଧବୀ ଗିନ୍ନି ଚତ୍ରାଥଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହେବେ। ଡିସେମ୍ବର ୧୪ରେ ବିବାହ ଭୋଜି ଅନୁଷ୍ଠିତ ହେବ। ୨୦୧୭ରେ ଉଭୟଙ୍କର ନିର୍ବନ୍ଧ ଅନୁଷ୍ଠିତ ହୋଇଥିଲା। କପିଲଙ୍କ ଜୀବନର ସମସ୍ତ ଉତ୍‍ଥାନ ଓ ପତ୍ତନ ସମୟରେ ଗିନ୍ନି ନିରନ୍ତର ତାଙ୍କୁ ସମର୍ଥନ ଦେଇଆସିଛନ୍ତି। କିଛି ଦିନ ପୂର୍ବେ ପାରିବାରିକ ତଥା ବୃତ୍ତିଗତ ସମସ୍ୟାରେ ପଡିଥିବା କପିଲ ଖୁବ୍‍ଶୀଘ୍ର ନୂତନ କାର୍ଯ୍ୟକ୍ରମ ସହିତ ପ୍ରତ୍ୟାବର୍ତ୍ତନ କରିବେ।

Leave A Reply