ଫେରୁଛନ୍ତି କମେଡି କିଙ୍ଗ କପିଲ

ଟେଲିଭିଜନ ଜଗତର ହସର ରାଜା ଭାବେ ଜଣାଯାଉଥିବା କପିଲ ଶର୍ମାଙ୍କ ହାସ୍ୟରସାତ୍ମକ କାର୍ଯ୍ୟକ୍ରମର ପ୍ରସାରଣ ଗତ କିଛି ମାସ ହେଲା ବନ୍ଦ ରହିଛି। କରୋନା ଭାଇରସ୍‌ର ଭୟାବହତା କାରଣରୁ ମୁମ୍ବଇରେ ସୁଟିଂ ବନ୍ଦ ଥିଲା। ଏବେ ସାମାନ୍ୟ କୋହଳ ହେବା ପରେ କେତୋଟି ଟେଲିଭିଜନ କାର୍ଯ୍ୟକ୍ରମର ସୁଟିଂ ଆରମ୍ଭ ହୋଇଛି। ଏବେ ଶୀଘ୍ର କପିଲ ଶର୍ମା ଶୋ’ର ସୁଟିଂ ହୋଇ ପ୍ରସାରିତ ହେବ ବୋଲି ଜଣାପଡ଼ିଛି। ପ୍ରାୟ ୩ମାସ ହେଲାଣି, କପିଲ ଓ ତାଙ୍କ ସହଯୋଗୀ ଘରେ ବସିଛନ୍ତି। ମୁମ୍ବଇ ପ୍ରଶାସନର ବିଭିନ୍ନ ନିୟମକୁ ଯଥା ରୀତି ପାଳନ କରି ଏହି କାର୍ଯ୍ୟକ୍ରମର ସୁଟିଂ ଆରମ୍ଭ ହେବାକୁ ଯାଉଛି। କପିଲ୍‌ଙ୍କର ଜନୈକ ଟିମ୍‌ ସଦସ୍ୟ କହିଛନ୍ତି, ନିୟମିତ ସେମାନେ ଭିଡିଓ କନ୍‌ଫରେନ୍ସିଂରେ କାର୍ଯ୍ୟକ୍ରମର ଅଭ୍ୟାସ ଜାରି ରଖିଛନ୍ତି। ଜୁଲାଇ ତୃତୀୟ ସପ୍ତାହ ସୁଦ୍ଧା ଏହାର ସୁଟିଂ ଆରମ୍ଭ ହେବାର ଯୋଜନା ଚାଲିଛି। ଚଳିତଥର କାର୍ଯ୍ୟକ୍ରମର ପ୍ରଥମ ଅତିଥି ଭାବେ ସୋନୁ ସୁଦ୍ ଯୋଗଦେବାର ଯୋଜନା ହୋଇଥିବାର ପ୍ରକାଶ। ତେବେ କାର୍ଯ୍ୟକ୍ରମରେ କୌଣସି ଦର୍ଶକ ଆଗାମୀ କିଛି ମାସ ପର୍ଯ୍ୟନ୍ତ ଉପସ୍ଥିତ ରହିବେ ନାହିଁ ବୋଲି ପ୍ରଶାସନ ତରଫରୁ ନିୟମ ରହିଛି। କାର୍ଯ୍ୟକ୍ରମର ପ୍ରଯୋଜକ ସମସ୍ତ ନିୟମକୁ ଯଥା ଭାବେ ପାଳନ କରିବେ ବୋଲି ସ୍ପଷ୍ଟ କରିଛନ୍ତି।

Comments are closed.