ରଣବୀରଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି କପିଲ୍‍ ଦେବ

0

ନୂଆଦିଲ୍ଲୀ : ‘ଗଲି ବୟ’ର ଟ୍ରେଲର ମୁକ୍ତିଲାଭ ହେବା ପରେ ଏବେ ରଣବୀର ସିଂହ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘୮୩’ ପାଇଁ କାମ ଆରମ୍ଭ କରି ଦେଇଛନ୍ତି। କବିର୍‍ ଖାନଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର କ୍ରିକେଟ୍‍ ମହାନାୟକ କପିଲ୍‍ ଦେବଙ୍କ ଜୀବନୀ ଉପରେ ଆଧାରିତ। ତେବେ ବିଶେଷ କଥା ହେଉଛି, ଏହି ଚଳଚ୍ଚିତ୍ର ପାଇଁ ନିଜେ କପିଲ୍‍ ଦେବ ରଣବୀରଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ଏଥିସହିତ ବଳବୀର ସିଂହ ସାନ୍ଧୁଙ୍କ ଠାରୁ ମଧ୍ୟ ରାଣବୀର ବୋଲିଂ ସମ୍ପର୍କୀୟ ତାଲିମ ନେଉଛନ୍ତି। ନିକଟରେ ରଣବୀର ସିଂହ ବ୍ୟାଟ୍‍ ଧରିଥିବା ନିଜର ଏକ ଫଟୋ ସାମାଜିକ ଗଣମାଧ୍ୟମରେ ଶେୟାର କରିଥିଲେ।

image courtesy-Inkhabar

ସୂଚନାଯୋଗ୍ୟ, କପିଲ ଦେବଙ୍କ ନେତୃତ୍ୱରେ ୧୯୮୩ରେ ଭାରତ ପ୍ରଥମ କ୍ରିକେଟ୍‍ ବିଶ୍ୱକପ୍‍ ବିଜୟୀ ହୋଇଥିଲା। ଏହି କାହାଣୀକୁ ନେଇ ଚଳଚ୍ଚିତ୍ରଟି ନିର୍ମାଣ କରାଯାଇଛି।

Leave A Reply