ହିନ୍ଦୁ ଧର୍ମରେ କନ୍ୟାଦାନର ବିଶେଷତ୍ୱ

0

ହିନ୍ଦୁଧର୍ମରେ ବିବାହରେ ବିଭିନ୍ନ ରୀତିନୀତିର ପାଳନ କରାଯାଇଥାଏ। ବିଭିନ୍ନ ରୀତିନୀତି ମଧ୍ୟରେ କନ୍ୟାଦାନ ଏକ ମୁଖ୍ୟ ରୀତି ଅଟେ। ହିନ୍ଦୁଧର୍ମରେ ପ୍ରତ୍ୟେକ ପିତାଙ୍କୁ କନ୍ୟାଦାନ କରିବାକୁ ପଡ଼ିଥାଏ। କନ୍ୟାକୁ ଲକ୍ଷ୍ମୀ ବୋଲି କୁହାଯାଇଥାଏ। କନ୍ୟାଦାନରେ ମାତାପିତା ନିଜର ଲକ୍ଷ୍ମୀ ସ୍ୱରୂପ କନ୍ୟାକୁ ବର ହସ୍ତରେ ସମର୍ପଣ କରି ଦେଇଥାଆନ୍ତି।
ଏହି କନ୍ୟାଦାନକୁ ନେଇ ଏକ ମାନ୍ୟତା ରହିଛି ଯେ, ଏହା ଦ୍ୱାରା ମାତାପିତାଙ୍କ ଘରେ ସୌଭାଗ୍ୟର ଆଗମନ ହୋଇଥାଏ। ପରିବାରର ଦୁଃଖ ଦୂର ହୋଇଥାଏ। ପରିବାରର ସଦସ୍ୟମାନଙ୍କୁ ମଧ୍ୟ ଏହି କାରଣରୁ ବିଭିନ୍ନ ସଫଳତା ପ୍ରାପ୍ତି ହୋଇଥାଏ। ମାତ୍ର ଏହି କନ୍ୟାଦାନ ବିବାହ ସମୟରେ ସ୍ଥିରୀକୃତ ହୋଇଥିବା ଶୁଭ ସମୟରେ ହିଁ କରିବାକୁ ପଡ଼ିଥାଏ।
ଉତ୍ତର ଭାରତରେ କନ୍ୟାଦାନ କରିବା ସମୟରେ ବଧୂର ହାତକୁ ଏକ କଳସ ଉପରେ ରଖାଯାଏ,ଏହା ପରେ ବଧୂର ହାତ ଉପରେ ବର ନିଜର ହାତ ରଖିଥାଏ। ଦୁଇ ଜଣଙ୍କ ହାତ ଉପରେ ଫୁଲ, ଗଙ୍ଗାଜଳ ଆଦି ଅର୍ପଣ କରାଯାଇ ମନ୍ତ୍ରର ଉଚ୍ଚାରଣ କରାଯାଇଥାଏ।

Leave A Reply