୫୩ ଲକ୍ଷ ଟଙ୍କାର ବୀମା ରାଶି ହଡପ ଘଟଣାର ବିଭାଗୀୟ ତଦନ୍ତ ଆରମ୍ଭ

କଣ୍ଟାମାଳ: ୫୩ ଲକ୍ଷ ଟଙ୍କାର ବୀମା ରାଶି ହଡପ ଘଟଣାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ଚାଷ ଓ ଚାଷୀଙ୍କ ସୁବିଧା ପାଇଁ ୨୦୧୫ ମସିହା ଖରିଫ ଚାଷ ସମୟ ରେ ସରକାର ଚାଷୀ ମାନଙ୍କ ପାଇଁ ବୀମା ଛାଡ କରିଥିଲେ। ଏହି ବୀମା ଟଙ୍କା ବାବଦକୁ ୧୦୭୪ ଜଣ ଚାଷୀଙ୍କ ପାଇଁ ପ୍ରାୟ ୫୩ ଲକ୍ଷ ଟଙ୍କା ୨୦୧୬ ଡିସେମ୍ବରରୁ ଆସି କଣ୍ଟାମାଳ ସେବା ସମବାୟ ସମିତି ରହିଥିଲେ ହେଁ ତତ୍କାଳୀନ ସଂପାଦକ ଓ କର୍ମଚାରୀ ମାନଙ୍କ ଅବହେଳା ଯୋଗୁଁ ଏଯାବତ ବଣ୍ଟନ ହୋଇ ପାରିନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି।
ଏହି ବୀମା ଟଙ୍କା ଏଯାବତ ନପାଇବା ଯୋଗୁଁ ଚାଷୀ ମାନେ ଗତ ୨୧ ତାରିଖ ସୋମବାର ଦିନ ସମବାୟ ବ୍ୟାଙ୍କ ସମ୍ମୁଖ ରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ବିଭାଗୀୟ ଅଧିକାରୀ ଏବଂ ବୈାଦ୍ଧ ଜିଲ୍ଲାପାଳ ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ। ଏଭଳି ଏକ ସାଂଘାତିକ ଅଭିଯୋଗ ପାଇବା ପରେ ଗତକାଲି ବୈାଦ୍ଧ ଜିଲ୍ଲା ସହକାରୀ ନିବନ୍ଧକ ମଙ୍ଗଲ ସୋରେନ ଏବଂ ପ୍ରଶାସକ ସ୍ଥ।ନୀୟ  ପୁଲିସର ସୁରକ୍ଷା ବଳୟ ମଧ୍ୟରେ କଣ୍ଟାମାଳ ସେବା ସମବାୟ ସମିତି କାର୍ଯ୍ୟାଳୟରେ ତଦନ୍ତ କରି ଫେରିଥିବା ଜଣାଯାଇଛି। ସହକାରୀ ନିବନ୍ଧକ ଅଭିଯୋଗକାରୀ ଚାଷୀଙ୍କୁ ଡକାଇ ସମସ୍ୟା ସଂପର୍କ ରେ ଅବଗତ ହେବା ପରେ ଚାଷୀ ମାନଙ୍କ ବ୍ୟାଙ୍କ ସମ୍ବନ୍ଧୀୟ କାଗଜପତ୍ର ଯାଞ୍ଚ କରିଥିବା ଜଣାପଡିଛି। ତଦନ୍ତ ପରେ ଚାଷୀ ମାନଙ୍କ ଟଙ୍କା ସମିତିର ଜମାଖାତାରେ ଗଚ୍ଛିତ ଅଛି ଏବଂ ସେମାନଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରାଯିବା ସହ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ ପ୍ରକାଶ କରିଛନ୍ତି। ସେହିପରି ଚାଷୀଙ୍କ ପାଇଁ ଉଦ୍ଧିଷ୍ଟ ଲକ୍ଷାଧିକ ଟଙ୍କା ବଣ୍ଟନ ନକରି ନିଜ ସମିତି ଜମାଖାତାରେ ଗଚ୍ଛିତ କରି ରଖିବା ଏବଂ ଗଚ୍ଛିତ ଟଙ୍କାର ସୁଧ ବଢାଇବା ପାଇଁ ଏକ ଅଭିନବ ଚାଲ ବୋଲି ଚାଷୀ ମାନେ କହିବା ସହ ସେମାନଙ୍କ ପ୍ରାପ୍ୟ ରାଶି ସହ ୫ ବର୍ଷର ସୁଧ ମଧ୍ୟ ପ୍ରଦାନ କରିବାକୁ ଚାଷୀନେତା ରବି ସାହୁ ଦାବୀ କରିଛନ୍ତି।

Comments are closed.