କଣ୍ଟାବାଞ୍ଜିରେ ବିଜେଡିର ମୁଁ ସଫେଇବାଲା କର୍ଯ୍ୟକ୍ରମ

କଣ୍ଟାବାଞ୍ଜି :  ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଠାରେ ବିଜୁ ଜନତା ଦଳ ତରଫରୁ ଜିଲା କୃଷକ ମୋର୍ଚ୍ଚା ପକ୍ଷରୁ ମୁଁ ସଫେଇବାଲା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରବିବାର ସକାଳେ ବଜାର ସ୍ଥିତ କାର୍ଯ୍ୟାଳୟ ଅଫିସରୁ ବିଜେଡି କର୍ମୀମାନେ ସଫେଇ କାର୍ଯ୍ୟ ଆରମ୍ଭ କରି ଇନ୍ଦ୍ରାଛକ, ଶାସ୍ତ୍ରି ଛକ, ଜଗନ୍ନାଥ ଛକ, ବଙ୍ଗୋମୁଣ୍ଡା ଫାଟକ ପର୍ଯ୍ୟନ୍ତ ରାସ୍ତା କଡର ଅଳିଆ ଆବର୍ଜନା ସଫାକରି ଥିଲେ। ଏହି କାର୍ଯ୍ୟକ୍ରମ ମାସର ପ୍ରଥମ ରବିବାର ଦଳ ତରଫରୁ ସହରର ବିଭିନ୍ନ ରାସ୍ତାରେ ସଫେଇ କାର୍ଯ୍ୟ କରାଯିବ ବୋଲି କୃଷକ ମୋର୍ଚ୍ଚାର ଜିଲା ସଭାପତି ଅଜୟ ଦାସ କହିଥିଲେ । ଏହି ସଫେଇ କାର୍ଯ୍ୟକ୍ରମରେ କୃଷକ ମୋର୍ଚ୍ଚାର ଜିଲା ସଭାପତି ଅଜୟ ଦାସ ଓ ବିଜୁବାହିନୀର  ଉପସଭାପତି ବିଜୟ ବଂସଲ ସମେତ ବିଜେଡିର ଅନ୍ୟ କର୍ମକର୍ତ୍ତାମାନେ ଭାଗ ନେଇଥିଲେ।

Comments are closed.