ଲାୟନ୍ସ କ୍ଲବକୁ ପରାସ୍ତ କଲା କଂଟାବାଞ୍ଜି ଯୁବ ସହାୟକ କ୍ଲବ

କଂଟାବାଞ୍ଜି: ରମାଇ ସ୍କୁଲ ଖେଲ ପଡିଆରେ ଚାଲିଥିବା ପ୍ରଥମ ମ୍ୟାଚରେ ଲାୟନ୍ସ କ୍ଲବ ପାଟଣାଗଡ ଓ ଯୁବ ସହାୟକ କ୍ଲବ କଂଟାବାଞ୍ଜି ଦଳ ମଧ୍ୟରେ ଖେଳାଯାଇଥିଲା। ଲାୟନ୍ସ କ୍ଲବ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା। ଏହି ମ୍ୟାଚ ୫୦ ଓଭରର ଖେଳ ଖେଳିବା ଭିତରେ ପାଟଣାଗଡ ଦଳ ୨୭ ଓଭରରେ ମାତ୍ର ୧୪୧ ରନ ସଂଗ୍ରହ କରି ଅଲ ଆଉଟ ହୋଇଯାଇଥିଲେ। ପାଟଣାଗଡ ଦଳ ତରଫରୁ ବବଲୁ ପାଣିଗ୍ରାହୀ ୪୭ ରନ ଓ ଅଜୟ ନାଗ ୨୪ ରନ ସଂଗ୍ରହ କରିଥିଲେ।

କଂଟାବାଞ୍ଜି ଦଳ ବୋଲିଂରେ ମହମ୍ମଦ ଶାହାବାଜ ଖାନ ୩ ଟି, ସମୀର ଖାଁ, ଗଙ୍ଗା ମହାନନ୍ଦ, ଦିବ୍ୟାମ ଛାପଡିଆ ଓ ଖେତ୍ରାଜ ସିଂ ଠାକୁର ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ। ଏହାର ଜବାବରେ କଂଟାବାଞ୍ଜି ଦଳ ମାତ୍ର ୨୦ ଓଭରରେ ୧୪୨ ରନ ସଂଗ୍ରହ କରି ୭ ୱିକେଟ ରେ ଏହି ପ୍ରଥମ ମ୍ୟାଚ ଜିତିବାରେ ସଫଳ ହୋଇପାରିଥିଲେ। କଂଟାବାଞ୍ଜି ଦଳ ତରଫରୁ ଅଧିନାୟକ ସାଇ ରୁଦ୍ର ବାଗ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୨୭ ବଲରେ ୬୭ ରନ ଓ ଯଶୋବନ୍ତ କୁମ୍ଭାର ୨୪ ରନ ସଂଗ୍ରହ କରି ତାଙ୍କ ଦଳକୁ ବିଜୟ ପ୍ରଦାନ କରିବାରେ ସହାୟକ ହୋଇଥିଲେ। ପ୍ରଥମ ମ୍ୟାଚ ଜିତି ସମସ୍ତ ଖେଳାଳୀ ମାନଙ୍କ ମନରେ ଖୁସିର ଲହରୀ ଖେଳି ଯାଇଥିଲା।

Comments are closed.