କଣ୍ଟାବାଞ୍ଜି ଏନଏସିରେ ମହାଦୁର୍ନୀତି; ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କଲେ ସୂଚନା ଅଧିକାର କର୍ମୀ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଏନଏସିରେ ବିଭିନ୍ନ ଦୁର୍ନୀତି ହୋଇଥିବା ଅଭିଯୋଗ କରି ସୂଚନା ଅଧିକାର କର୍ମୀ ସୁରଥ ବେହେରା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଶନିବାର ଅପରାହ୍ନରେ ସ୍ଥାନୀୟ ପୁର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଏହି ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି।

ସୂଚନା ଅଧିକାରୀ ଆଇନ ବଳରେ ମାଗିଥିବା ସୂଚନା ଅନୁଯାୟୀ, ସ୍ଥାନୀୟ ସାପ୍ତାହିକ ବଜାର ଷ୍ଟଲ ଛାତ ଉପରେ କଂକ୍ରିଟ କରଣ ମରାମତିରେ ନିମ୍ନମାନର କାମ, ବିନା ଟେଣ୍ଡରରେ ପ୍ରାୟ ୩୬ ଲକ୍ଷ ଟଙ୍କାର କାମରେ ହେରଫେର, ବିନା ଟେଣ୍ଡରରେ କାମ ଯୋଗୁଁ ସରକାରଙ୍କର ପ୍ରାୟ ସାଢେ ଚାରି ଲକ୍ଷ ଟଙ୍କା କ୍ଷତି, ଟେଣ୍ଡର ପେପର କଷ୍ଟ ବାବଦଦକୁ ସରକାର ୧୪.୯୯ ଶତକଡା କ୍ଷତି ସହିବାକୁ ପଡିଛି, କୋଭିଡ-୧୯ରେ ମାସ୍କ, ପିପିଇ କିଟ, ସାବୁନ, ଫିନାଇଲ, ବ୍ଲିଚିଙ୍ଗ ପାଉଡର, ବେଡ ଇତ୍ୟାଦି କିଣାରେ ବାଟ ମାରଣା, ନାଳି ତିଆରି କରିବାରେ ବାଟ ମାରଣା, ମହାବୀର ରେସିଡେନ୍ସି ପାଖରେ ଥିବା ଶ୍ୟାମଲାଲ ଅଗ୍ରବାଲ ଘରଠାରୁ ସଂଜୟ ଲାଠ ଘର ପର୍ଯ୍ୟନ୍ତ ନାଳି ତିଆରି ହୋଇ ଥିବା ସୂଚନା ଫଳକରେ ରହିଛି କିନ୍ତୁ ଶ୍ୟାମଲାଲ ଅଗ୍ରବାଲ ଘରଠାରୁ କାମ ଆରମ୍ଭ ନ ହୋଇ ଅନ୍ୟଠାରୁ କରାଯାଇଛି। ଥାନା ଛକଠାରୁ ଭଜନ ଛକ, ଘାସି କପଡା ଦୋକାନଠାରୁ ମହିଳା ମହାବିଦ୍ୟାଳୟ ଭଲି ଅନେକ ସ୍ଥାନକୁ ସଂଯୋଗ କରୁଥିବା ରାସ୍ତାର କଂକ୍ରିଟ ସଡକକୁ ଡାବରିକରଣ କରାଯାଇଛି ହେଲେ ସେଥିରେ ଥିବା ଥିକନେଓ ବହୁତ କମ ରହିଛି। ଏହିଭଳି ଅନେକ ବ୍ୟାପକ ଦୁର୍ନୀତି ହୋଇଥିବାର ସୂଚନା ଗତ ତା. ୧୩.୭.୨୦୨୦ରେ ସଂପୃକ୍ତ ସୂଚନା ଅଧିକାରୀ ଏନଏସିଙ୍କୁ ମାଗିଥିଲେ କିନ୍ତୁ ନିର୍ଦ୍ଧାରିତ ସମୟରେ ନ ଦେବାରୁ ପୁନଃ ୨୫.୮.୨୦୨୦ରେ ଆପିଲେଟ ଅଥିରିଟିଙ୍କୁ ମାଗିଥିଲେ। ତାପରେ ମଧ୍ୟ ସୂଚନା ନ ମିଳିବାରୁ ଏନଏସିରେ ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଦର୍ଶାଇ ବେହେରା ଖବରାଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଏପରିକି ବିରୋଧି ଦଳ ବିଧାୟକ ଓ ଶାସକ ଦଳର ପୂର୍ବତନ ବିଧାୟକଙ୍କ ଇଙ୍ଗିତରେ ଦୁର୍ନୀତି ପ୍ରଶୟ ମିଳୁଛି ବୋଲି ଅଭିଯୋଗ କରିଛନ୍ତି। କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ବିରୋଧି ଦଳ ବିଧାୟକ ଥିବା ବେଳେ ତଥା ଶାସକ ଦଳର ପୂର୍ବତନ ବିଧାୟକ ଓ ନେତା ମାନେ ଦୁର୍ନୀତି ଉପରେ କାହିଁକି ସ୍ୱର ଉତୋଳନ କରୁ ନାହାନ୍ତି ବୋଲି କହିଛନ୍ତି।

 

Comments are closed.