କଂଟାବାଂଜି ପୁଲିସ ଦ୍ୱାରା ୨୩ ଦାଦନ ଶ୍ରମିକ ଉଦ୍ଧାର

କଂଟାବାଂଜି : କଂଟାବାଂଜି ପୁଲିସ ଦ୍ୱାରା ଗୁରୁବାର ବିଳମ୍ବିତ ରାତିରେ ଡୁମେରଚୁଆଁ-କଂଟାବାଂଜି ରାସ୍ତା ମହାବୀର ରେସିଡେନ୍ସି ନିକଟରେ ଲିଙ୍କ୍ ଏକ୍ସପ୍ରେସଯୋଗେ ବିଳମ୍ବିତ ରାତିରେ ହାଇଦ୍ରାବାଦ ଚାଲାଣ ହେବାକୁ ଥିବା ଦାଦନ ଶ୍ରମିକକୁ ଉଦ୍ଧାର କରିଯାଇଥିବା ଜଣାପଡିଛି। ଚାଲାଣ ହେଉଥିବା ଦାଦନ ଶ୍ରମିକମାନେ ଖଗସା ଗ୍ରାମର ଜୈନିକ ସର୍ଦ୍ଧାର କଂଟାବାଂଜି ରେଲୱେ ଷ୍ଟେସନକୁ ନେଇ ଯାଉଥିଲା। ଦାଦନ ଶ୍ରମିକମାନେ ଟିଟିଲାଗଡ ଥାନା ଅନ୍ତର୍ଗତ ସିରୋଲ ଗ୍ରାମର ବୋଲି ଜଣାପଡିଥିବାବେଳେ ଖଗସା ଗ୍ରାମର ଦାଦନ ସର୍ଦ୍ଧାର ମାୟା ତାଣ୍ଡି ବାହାର ରାଜ୍ୟକୁ ଚାଲାଣ କରୁଥିବା ନେଇ ପୁଲିସ କୌଣସି ସୂତ୍ରରୁ ଖବର ପାଇ ଘଟଣାସ୍ଥଳରୁ ସମସ୍ତଙ୍କ ଉଦ୍ଧାର କରି ଯାଂଚ ପାଇଁ ଥାନାକୁ ନେଇଥିଲା। ଏମାନଙ୍କ ମଧ୍ୟରେ ଚାରି ଜଣ ମହିଳା, ୩ଜଣ ନାବାଳକ ସହ ୧୬ ଜଣ ପୁରୁଷ ଥିବାର ଜଣାପଡିଛି। ଉଦ୍ଧାର ଦାଦନ ଶ୍ରମିକମାନଙ୍କ ବୟାନ ରେକର୍ଡ କରି ସେମାନଙ୍କୁ ରାତାରାତି ନିଜ ଗ୍ରାମକୁ ବିଭିନ୍ନ ଗାଡି ଯୋଗେ ପଠାଇ ଦିଆଯାଇଛି। ଏମାନଙ୍କ ପାଖରେ କୌଣସି ମୁଭମେଂଟ ଅର୍ଡର କିମ୍ବା ଅନ୍ୟ କୌଣସି କାଗଜାଦ ନ ଥିବାରୁ ବେଆଇନ ଚାଲାଣ କରୁଥିବା ପୁଲିସ ଜାଣିବାକୁ ପାଇଥିଲା। ଘଟଣାସ୍ଥଳରୁ ସର୍ଦ୍ଦାର ଫେରାର ହୋଇଥିବା ବେଳେ ଜଣେ ଗିରଫ ଡ୍ରାଇଭରକୁ ହର୍ଷକଟା ଥାନାରେ ଅଟକ ରଖବା ସହ ଶ୍ରମନୀରିକ୍ଷକକୁ ଡକାଇ ଅଧିକ ତଦନ୍ତ ଚଳାଇଥିବା ଜଣାପଡିଛି। ଗିରଫ ଡ୍ରାଇଭରକୁ ଆଜି ଅପରାହ୍ନରେ କୋର୍ଟଚାଲାଣ କରାଯିବା ସହ ଏହି କେସ ର ତଦନ୍ତ ଭାର ପିକେ ଦୁରିଆ ଏସ୍.ଆଇ ଙ୍କୁ ଦିଆଯାଇଥିବା ନେଇ ଥାନା ଭାରପ୍ରାପ୍ତ ଅଧିକାରୀ ସତ୍ୟଜିତ୍ କନ୍ଦନକେଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।