ପିଡବ୍ଲୁଡ଼ି. ନିର୍ବାହୀ ଯନ୍ତ୍ରୀଙ୍କୁ ହଇରାଣ ଅଭିଯୋଗ ଖବରକୁ ଖଣ୍ଡନ କଲେ ପୂର୍ବତନ ବିଧାୟକଙ୍କ ପୁଅ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ପୁଅ ତଥା ବଲାଙ୍ଗୀର ଜିଲ୍ଲା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଏକ ସାମ୍ବାଦିକ ସମ୍ବିଳନୀ ଆୟୋଜନ ଏକ ଓଡ଼ିଆ ଦୈନିକ ଖବରକାଗଜରେ “ପି. ଡବ୍ଲୁ.ଡ଼ି. ନିର୍ବାହୀ ଯନ୍ତ୍ରୀଙ୍କୁ ନେତାମାନେ ହଇରାଣ କରୁଥିବା ଅଭିଯୋଗ” ଶୀର୍ଷକରେ ପ୍ରକାଶିତ ଖବରକୁ ଖଣ୍ଡନ କରିଛନ୍ତି। ଚାନ୍ଦା ମାଗିବା ଖବରକୁ ଫିରୋଜ ଖାନ ଖଣ୍ଡନ କରି ଜଣାଇଛନ୍ତି ଯେ ସେ ଦୟନୀୟ ଅବସ୍ଥାରେ ଥିବା ଅଞ୍ଚଳର ରାସ୍ତାଗୁଡିକୁ ମରାମତି ପାଇଁ ନିର୍ବାହୀ ଯନ୍ତ୍ରୀଙ୍କୁ ଭେଟି ଜଣାଇଥିଲେ କିନ୍ତୁ ତାଙ୍କ ଛବିକୁ ଖରାପ କରିବା ପାଇଁ ଉଦ୍ଦେଶ୍ୟମୂଳକ ଭାବେ ଏହି ତଥ୍ୟ ବିହୀନ ମିଥ୍ୟା ଖବର ପ୍ରକାଶିତ କରାଯାଇଛି। ଏଣୁ ଫିରୋଜ ଖାନ ଉକ୍ତ ଖବର କାଗଜର ସମ୍ପାଦକଙ୍କୁ ତାଙ୍କ ଓକିଲ ଜରିଆରେ ଏକ ନୋଟିସ ଦେଇ ସାତ ଦିନ ଭିତରେ ମିଥ୍ୟା ତଥ୍ୟ ପ୍ରକାଶିତ କରିଥିବାରୁ କ୍ଷମା ପ୍ରାର୍ଥନା କରନ୍ତୁ ନଚେତ ଖବର କାଗଜ ବିରୁଦ୍ଧରେ ମାନହନି ମୋକଦମା କରିବେ ବୋଲି ଉକ୍ତ ନୋଟିସରେ କହିଛନ୍ତି।

Comments are closed.