୬ ଘଣ୍ଟିଆ ବନ୍ଦ ପାଳନ କଲା କଣ୍ଟାବାଞ୍ଜି କଂଗ୍ରେସ, ସହରର ସୋମବାର ସାପ୍ତାହିକ ବଜାର ଖୋଲିବାକୁ ମିଳିଲା ଅନୁମତି

କଣ୍ଟାବାଞ୍ଜି: ତୈଳଦର ଅହେତୁକ ବୃଦ୍ଧି ତଥା ପେଟ୍ରୋଲ ଡିଜଲ ଓ ଜାଲେଣି ଗ୍ୟାସ ବୃଦ୍ଧି ବିରୋଧରେ ସାରା ରାଜ୍ୟରେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟନାୟକଙ୍କ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିଲା। ଏହି ପରିପ୍ରେକ୍ଷୀରେ କଣ୍ଟାବଞ୍ଜି ସହର ଓ ତୁରେକେଲା ବ୍ଲକ ଅଞ୍ଚଳରେ କଂଗ୍ରେସ ଦଳର ନେତା ଓ କର୍ମୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ ଓ ବିକ୍ଷୋଭ କରି ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦ କରିଥିଲେ। ସମସ୍ତ ସ୍କୁଲ କଲେଜ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ପୋଷ୍ଟଅଫିସ ଶାଖା ବନ୍ଦ ରହିଥିଲା। ଅପରପକ୍ଷରେ ଜରୁରୀକାଳିନ ସେବା, ମେଡିକାଲ ଷ୍ଟୋର, ଆମ୍ବୁଲାନ୍ସ ସେବା, ବିବାହ କାର୍ଯ୍ୟକ୍ରମ ସୁରୁଖୁରୁରେ ଚାଲୁ ରହିଥିବା ଦେଖାଯାଇ ଥିଲା। ସହରର ସୋମବାର ସାପ୍ତାହିକ ବଜାର ଓ ଦୋକାନ ଲୋକଙ୍କ ସୁବିଧା ପାଇଁ ବନ୍ଦରୁ ବାଦ ଦିଆ ଯାଇଥିଲା। ଏଠାରେ ସାପ୍ତାହିକ ବଜାର ଓ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଥିଲା।

 

କଣ୍ଟାବାଞ୍ଜି ନଗର କଂଗ୍ରେସ ସଭାପତି ଡମ୍ବରୁଧର ବେହେରାଙ୍କ ଆହ୍ୱାନ କ୍ରମେ ସହରବାସୀ ଦିନ ଗୋଟାଏ ପର୍ଯ୍ୟନ୍ତ ଦୋନବଜାର ବନ୍ଦ କରିଥିଲେ। ଦଳରେ ଯୁବନେତା ସେଜି ସିଂ ସାଲୁଜାଙ୍କନେତୃତ୍ୱରେ ରାକେଶ ସେଠ, ଟିମା ବେହେରା, କାଳିଆ ସାହୁ, ମୋହିତ ସେଠ, ପିଣ୍ଟୁ ମେହେର, କମଳ ଅଗ୍ରୱାଲ, ଟିଙ୍କୁ ପାତ୍ର, ସତିଶ ଖଣ୍ଡେଲୱାଲ, ପବନ ସୋନୀ, କିୋଶର ବାରିକ ପ୍ରମଖ ପିକେଟିଂ କରାଯାଉଥିଲା। ତୁରେକେଲା ବ୍ଲକ ହେଡକ୍ୱାଟର ଠାରେ ବ୍ଲକ ସଭାପତି ବାଲ ସେଲ୍‌ମାଙ୍କ ନେତୃତ୍ୱରେ କାର୍ତ୍ତିକ ପୁଟେଲ, କୌଶିକ ମେହେର, କୁନା ଖାନ, କୁଞ୍ଜ ମହାନନ୍ଦ, ନରେନ୍ଦ୍ର ମେହେରଙ୍କ ନେଥୃତ୍ୱରେ ତୁରେକେଲା ଲାଠୋର ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Comments are closed.