ମଣ୍ଡିରେ ଧାନ କିଣାରେ ଅବ୍ୟବସ୍ଥା, ବିଜେପିର ଚକାଜାମ

କଣ୍ଟାବାଞ୍ଜି: ଭାରତୀୟ ଜନତା ପାର୍ଟି ପକ୍ଷରୁ ଧାନମଣ୍ଡିରୁ ଚାଷୀ ମାନଙ୍କର ଧାନ କିଣିବା ପାଇଁ ରାଜ୍ୟ ସରକାରଙ୍କ ଉଦାସୀନତା, ଚାଷୀଙ୍କ ଧାନ ମଣ୍ଡିରେ ପଡ଼ି ରହିଥିବା ବେଳେ ଦଲାଲ ମାନଙ୍କ ଠାରୁ ମିଲର୍ସ ଧାନ ସଂଗ୍ରହ କରିବା ଅଭିଯୋଗକୁ ନେଇ ଶନିବାର ସ୍ଥାନୀୟ ଇନ୍ଦିରା ଛକ ଠାରେ ୩ ଘଣ୍ଟିଆ ରାସ୍ତାରୋକ କରି ଚକାଜାମ କରାଯାଇଥିଲା। ଏହି ଚକାଜାମରେ ବିଜେପି ଜିଲା ସଭାପତି ଶିବାଜୀ ମହାନ୍ତି, ରାଜ୍ୟ ପରିଷଦ ସଦସ୍ୟ ଲକ୍ଷ୍ମଣ ବାଗ, ଟାଉନ ସଭାପତି ବେଦବ୍ୟାସ ନାଗ, ଖଗସା ସରପଞ୍ଚ ତଥା ତୁରେକେଲା ବ୍ଲକ ସାଂସଦ ପ୍ରତିନିଧି ସୁଦର୍ଶନ କଟା, ଅଜୟ ଶର୍ମା, ଲମ୍ବୋଧର ଦିହାଲ, ଚାଷୀ ଭୀଷ୍ମ ରଣା, କୁମର ପୁଟେଲ, ସଦାନନ୍ଦ ପ୍ରଧାନ, ନିରଞ୍ଜନ କଟା,ଚୈତନ୍ୟ ହଂସ, ସନ୍ତୋଷ ଅଗ୍ରୱାଲଙ୍କ ସହ ବହୁ ଚାଷୀ ରାସ୍ତାରୋକ କରିଥିଲେ। ଆଇନ ଶୃଙ୍ଖଳା ଦୃଷ୍ଟିରୁ ପୁଲିସ ମୁତୟନ କରାଯାଇଥିଲା।

Comments are closed.