୧୪ ବର୍ଷର ସଂଘର୍ଷ ପରେ ଆସନ୍ତା ୧୨ରୁ କଂଟାବାଞ୍ଜିରୁ ଚାଲିବ ଇସ୍ପାତ ଟ୍ରେନ

କଂଟାବାଞ୍ଜି: କଂଟାବାଞ୍ଜି ସହର ପାଇଁ ଖୁସିର ଖବର। ଦୀର୍ଘ ୧୪ ବର୍ଷର ସଂଘର୍ଷ ପୁରଣ ହୋଇଛି। ସଂଘର୍ଷରେ ସାମିଲ ହୋଇଥିବା ବିଭିନ୍ନ ସଂଗଠନ, ସମାଜସେବୀ, ରାଜନେତା ତଥା ସହରବାସି ପାଇଁ ଆଜି ଖୁସିର ଖବର। ଆସନ୍ତା ୧୨ ତାରିଖରୁ କଂଟାବାଞ୍ଜିରୁ ଇସ୍ପାତ ଟ୍ରେନ ( ୧୨୮୭୧-୧୨୮୭୨) ଚାଲିବ। ସପ୍ତାହକୁ ୪ ଦିନ ଏହି ଟ୍ରେନ ଚାଲିବ ବୋଲି ସୁଚନା ମିଲିଛି। କଂଟାବାଞ୍ଜି ତଥା ଆଖ ପାଖ ଅଂଚଳର ଲୋକ ଯଦି ଇସ୍ପାତ ଟ୍ରେନ ଯୋଗେ ହାୱାଡା କିମ୍ବା ସେହି ରାସ୍ତା ଦେଇଯିବାକୁ ଥିବା ବେଳେ ଭୋର ସମୟରୁ ଟିଟିଲାଗଡ ଯିବାକୁ ପଡିଥାଏ। ଯାହା ଫଲରେ ଲୋକେ ଖର୍ଚ୍ଚାନ୍ତ ମଧ୍ୟ ହୋଇଥାନ୍ତି।

ବର୍ତମାନ ସମୟରେ ଇସ୍ପାତ ଟ୍ରେନ କଂଟାବାଞ୍ଜିରୁ ବାହାରିବ ତାହା କେବଳ କଂଟାବାଞ୍ଜି ପାଇଁ ଖୁସିର ଖବର ତାହା ନୁହେଁ ଆଖପାଖ ଅଂଚଳର ଲୋକଙ୍କ ପାଇଁ ମଧ୍ୟ ଖୁସି ଆଣିଦେଇଛି। ଏହି ଟ୍ରେନ ସମ୍ପ୍ରସାରଣ ଦ୍ୱାରା କଲିକତାରୁ କଣ୍ଟାବାଞ୍ଜି ମଧ୍ୟରେ ବାଣିଜ୍ୟ ବୃଦ୍ଧି ପାଇବା ସହ ଶସ୍ତାରେ ଜିନିଷ ମିଳିବ। ତେବେ କଂଟାବାଞ୍ଜିକୁ ଇସ୍ପାତ ଆସିବା ବା ଟ୍ରେନ ଚାଲିବା ଉପରେ ଅନେକ ସଂଗଠନ, ସମାଜସେବୀ, ରାଜନେତାଙ୍କ ସଂଘର୍ଷ ଜାରି ଥିଲା। କଂଟାବାଞ୍ଜି ସହରର ସମାଜସେବୀ, ବିଭିନ୍ନ ସଂଗଠନ, ରେଳ ଉପଭୋକ୍ତା ସଂଘ, ବଣିକ ସଂଘ, କିଛି ସମାଜସେବୀ, ରାଜନେତାଙ୍କ ୧୪ ବର୍ଷ ସଂଘର୍ଷ, ରେଳରୋକ କରିବା ସହ ରେଳମନ୍ତ୍ରୀଙ୍କୁ ସାକ୍ଷାତ କରି ଦୃଷ୍ଟି ଆକର୍ଷଣ କରିଥିଲେ।

ବିଶେଷ କରି କଂଟାବାଞ୍ଜି ପୁର୍ବତନ ବିଧାୟକ,ହଜି ମହମ୍ମଦ ଆୟୁବ ଖାଁ ବହୁବାର ଦିଲ୍ଲୀ ଗ୍ରସ୍ଥ କରି ରେଳ ମନ୍ତ୍ରଣାଳୟ, ରେଳ ମନ୍ତ୍ରୀଙ୍କୁ ସାକ୍ଷାତ କରି ତଥ୍ୟ ସମ୍ବଳିତ ଦାବି ଉପସ୍ଥାପନ କରିଥିବା ବେଳେ ଓଡ଼ିଶା ବିଧାନସଭା ହାଉସ କମିଟି, ବିରୋଧୀ ଦଳର ନେତା, ବର୍ତମାନର ବିଧାୟକ, ପୁର୍ବତନ ସାଂସଦ, ସାଂସଦ ସହ ଅନେକ ରାଜନେତା ନିଜ ନିଜ ସ୍ତରରେ ଇସ୍ପାତ ଟ୍ରେନ କଂଟାବାଞ୍ଜିରୁ ଚାଲିବ ସେନେଇ ଉଦ୍ୟମ କରିଥିଲେ। ଅଶ୍ୱନୀ ବୈଷ୍ଣବ ରେଳମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ କଂଟାବାଞ୍ଜି ଆସିଥିଲେ। ସେହି ସମୟରେ କଂଟାବାଞ୍ଜି ସହରର ବିଭିନ୍ନ ସଂଗଠନ ସହ ଜନସାଧାରଣ ଇସ୍ପାତ ଟ୍ରେନ କଂଟାବାଞ୍ଜିରୁ ଚଳାଚଳ କରିବାକୁ ଦାବି କରିଥିଲେ। ବଲାଙ୍ଗିର ସାଂସଦ ସଂଗିତା କୁମାରି ସିଂ ଦେଓ ମଧ୍ୟ ଅନେକ ସମୟରେ ଦିଲ୍ଲୀ ସଂସଦରେ ଉପସ୍ଥାପନ କରିଥିବା ବେଳେ ରେଳମନ୍ତ୍ରୀକୁ ସାକ୍ଷାତ କରି ଇସ୍ପାତ ପାଇଁ ଦାବି କରିଥିଲେ। କଂଟାବାଞ୍ଜି ଜନସାଧାରଣଙ୍କ ଦାବୀ ଆଜି ପୁରଣ ହେବା ଯୋଗୁ ସହରବାସୀ ବେଶ ଖୁସି ବ୍ୟକ୍ତ କରୁଛନ୍ତି।

Comments are closed.