ମହିଳା ଡିଗ୍ରୀ ମହାବିଦ୍ୟାଳୟ କଣ୍ଟାବାଞ୍ଜିରେ ବୃତ୍ତି ଶିବିର

କଣ୍ଟାବାଞ୍ଜି :   ମହିଳା ଡିଗ୍ରୀ ମହାବିଦ୍ୟାଳୟ କଣ୍ଟାବାଞ୍ଜିରେ ବୃତ୍ତି ଶିବିର ସୁଯୋଗ ପ୍ରୟୋଗାଶାଲା ଅନୁଷ୍ଠିତ ହୋଇଯାଇଛି। ସ୍ନାତକ ଡିଗ୍ରୀ ଉତ୍ତୀର୍ଣ୍ଣ ହେବାପରେ ଛାତ୍ରୀ ମାନେ କିପରି ବିଭିନ୍ନ ସ୍ତରରେ କିପରି ବିଭିନ୍ନ ବୃତ୍ତିର ସୁଯୋଗ ଲାଭ ପାଇପାରିବେ ସେ ଉପରେ ବିଶେଷ ଭାବରେ ଏକ ପ୍ରୟୋଗାତ୍ମକ ଶିକ୍ଷା ଶ୍ରୀ ସୁମୀତ୍ ଶରଣ, ସୁସଙ୍ଗତ ଏବଂ ତର୍କ ସଂଗତ ବିଭାଗର ଅଧ୍ୟାପକ ଛାତ୍ରୀ ମାନଙ୍କୁ ବିଶଦ ଭାବରେ ବୁଝାଇଥିଲେ ଏହା ସହିତ ଛାତ୍ରୀଗଣ କିପରି ନିଜ ଜୀବନର ଲକ୍ଷ୍ୟର ସ୍ପଷ୍ଟୀକରଣ ଓ ଇଂରାଜୀ ଭାଷାରେ ନିଜର ଦୈନନ୍ଦିନ କଥନଶୈଳୀର ଦକ୍ଷତା ବୃଦ୍ଧି କରିପାରିବେ ତାହା ଅଧ୍ୟକ୍ଷ ରାଜେନ୍ଦ୍ର ପୁରୋହିତ ଆଲୋକ ପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ରହି ଛାତ୍ରୀମାନଙ୍କୁ ବୃତ୍ତି କ୍ଷେତ୍ରରେ ଭବିଷ୍ୟତ ଜୀବନର ମାର୍ଗଦର୍ଶନ କରିଥିଲେ। ଛାତ୍ରୀ ମାନଙ୍କୁ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଓଏମଆର ସିଟର କିଭଳି ବ୍ୟବହାର କରାଯାଏସେ ସଂପର୍କରେ ଶିକ୍ଷା ଦିଆଯାଇଥିଲା। ଏହି ଅବସରରେ ଇଂରାଜି ତର୍କ ପାଟିଗଣିତ ଇତ୍ୟାଦି ବିଷୟକୁ ନେଇ ତିରିଶ ମାର୍କ ର ଏକ ପରୀକ୍ଷା କରାଯାଇଥିଲା ଏହି କାର୍ଯ୍ୟକ୍ରମକୁ ରାଜନୀତି ଅଧ୍ୟାପକ ନେପାଳ ସେଠୀ  ସଂଯୋଜନା କରିଥିଲେ।

Comments are closed.