୧୩ ଦଫା ଦାବୀ ନେଇ ସିପିଆଇ ପକ୍ଷରୁ ତହସିଲ ଅଫିସ ଘେରାଓ

କଣ୍ଟାବାଞ୍ଜି: ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସିପିଆଇ ପକ୍ଷରୁ ୧୩ ଦଫା ଦାବୀ ନେଇ କଂଟାବାଞ୍ଜି ତହସିଲ ଅଫିସ ଘେରାଉ କରାଯାଇଥିଲା। ସିପିଆଇ କଂଟାବାଞ୍ଜି ଆଂଚଳିକ କମିଟିର ଶତାଧୂକ ମହିଲା ପୁରୁଷ ପୁର୍ବତନ ଜିଲ୍ଲା ସହ ସଂପାଦକ ଗୋପାଲ ଭୋଇଙ୍କ ନେତୃତ୍ୱରେ ସ୍ଥାନିୟ ସାପ୍ତାହିକ ବଜାରରୁ ସହରର ମୁଖ୍ୟ ରାସ୍ତା ଦେଇ ଶୋଭାଯାତ୍ରାରେ ତହସିଲ ଅଫିସ ପହଂଚିଥିଲେ। ସେଠାରେ ବିକ୍ଷୋଭ ପ୍ରଦର୍ଶନ କରି ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ନାରାବାଜି କରିଥିଲେ।

ଆଦିବାସୀ ଦଳିତମାନଙ୍କୁ ଦଖଲ ଜମି ପଟ୍ଟା ପ୍ରଦାନ, ବାଦ ପଡିଥିବା ଗରିବ ଲୋକଙ୍କୁ ରାସନ କାର୍ଡ ଦେବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୩ ଲକ୍ଷ ଟଂକା ମଂଜୁର କରି ସମସ୍ତ ଗରିବ ଲୋକଙ୍କୁ ଘର ଯୋଗାଇବା, ସମସ୍ତ ଆଦିବାସି ଦଳିତ ମୁଲିଆ ଚାଷି ମାନଙ୍କୁ ୫୫ ବର୍ଷରେ ୩ ହଜାର ଟଂକା ପେନସନ ପ୍ରଦାନ କରିବା, ମୁଲିଆମାନଙ୍କୁ ୨୦୦ ଦିନର କାମ ଯୋଗାଇବା ସହ ୬ ଟଂକା ମଜୁରି ଧାର୍ଯ୍ୟ କରିବା, ଆଦିବାସି ଦଳିତ କ୍ଷେତ ମୁଲିଆ ଉପରେ ସାମାଜିକ ନିର୍ଯ୍ୟାତନା ବନ୍ଦ କରିବା, ନିତ୍ୟ ବ୍ୟବହାର କାର୍ଯ୍ୟ ଜିନିଷ ଦରଦାମ ହ୍ରାସ, ସମ କୃଷି ଋଣ ଛାଡ଼, ଧାନ କୁଇଣ୍ଟାଲ ୩ ହଜାର ଟଂକା ଧାର୍ଯ୍ୟ, ଜଳ ସେଚନ ବ୍ୟବସ୍ଥା, କ୍ଷେତ ମୁଲିଆଙ୍କ ପାଇଁ କେନ୍ଦ୍ରୀୟ ଆଇନ ପ୍ରଣୟନ, ସମସ୍ତଙ୍କୁ ବିପିଏଲ କାର୍ଡ ପ୍ରଦାନ, ପାଚିକା ଆଶା ଅଙ୍ଗନବାଡି କର୍ମୀମାନଙ୍କ ମାସିକ ପାଉଣା ୧୮ ହଜାର କରିବା ଭଳି ୧୩ ଦଫା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାର ଅନୁପସ୍ଥିତ ଯୋଗୁ ଅଫିସ କିରାଣିଙ୍କୁ ପ୍ରଦାନ କରିଥିଲେ। ଏହି ଘେରାଉରେ ସିପିଆଇ ରାଜ୍ୟ ସଂପାଦକ ଆଶିଷ କାନୁନଗୋ, ଖଗସା ଶାଖା ସଂପାଦକ ଉତ୍ତମ ମଲ୍ଲିକ, ପାଣ୍ଡବ ଭୋଇ, କମଲଲୋଚନ ଭୋଇ ସହ ଅନ୍ୟ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.