ରନ୍ଧନ ଗ୍ୟାସ ଦର ବୃଦ୍ଧି ବିରୋଧରେ ବିଜୁ ମହିଳା ଯୁବ ଛାତ୍ର ଜନତା ଦଳ ତରଫରୁ ଗଣଧାରଣା

କଣ୍ଟାବାଞ୍ଜି / ବଙ୍ଗୋମୁଣ୍ଡା: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ପରିସରରେ ରନ୍ଧନ ଗ୍ୟାସ, ଖାଇବା ତେଲ ବିଭିନ୍ନ ଖାଇବା ଦ୍ରବ୍ୟ ଅହେତୁକ ଦର ବୃଦ୍ଧି ବିକ୍ଷୋଭ ପ୍ରତିବାଦ ବିଜୁ ମହିଳା ଯୁବ ଛାତ୍ର ଜନତା ଦଳ ପକ୍ଷରୁ ବିଜେଡି କର୍ମୀମାନେ ବଙ୍ଗୋମୁଣ୍ଡା ବ୍ଲକ ପରିସରରେ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ବିକ୍ଷୋଭ ପ୍ରଦର୍ଶନରେ କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ସାଧାରଣ ଜନତାଙ୍କ ମୁଣ୍ଡ ଉପରେ ଚଡକ ପଶିଛି, ଦିନକୁ ଦିନ ଗ୍ୟାସ ଦର ୧୦୦୦ ଟଙ୍କାରେ ପହଂଚିଲାଣି, ସାଧାରଣ ମା’ ମାଉସୀଙ୍କ ଚୁଲି ଉପରେ ପଡ଼ିଲାଣି ବୋଝ, କେନ୍ଦ୍ର ସରକାରଙ୍କ ବିରୋଧରେ ନାରା ବାଜି ଦେଇଥିଲେ।

ବିଜେଡ଼ି ବିଧାୟକ ପ୍ରାର୍ଥୀ ଅଜୟ ଦାସ, ରାଜ୍ୟ ସାଧାରଣ ସମ୍ପାଦକ ଅଜିତ ଯୋଶୀ, ମହିଳା ସଭନେତ୍ରୀ ଅନିତା ଦଣ୍ଡସେନା, କାର୍ଯ୍ୟକାରୀ ସଭାନେତ୍ରୀ ଗୋପିକା ରଣା, ପିଙ୍କି ଖରସେଲ, ସସ୍ମିତା ଦଣ୍ଡସେନା, ଗୀତାଞ୍ଜଳି ପୁଟେଲ, ଦହିମତି ଭୋଇ, ଚିତ୍ରଲେଖା ତାଣ୍ଡି, ଛାତ୍ର ସଭାପତି ଗୁରୁଚରଣ ଠେଲା , ଜିଲ୍ଲା ପରିଷଦ ସଦସ୍ୟ ଉଦ୍ଧବ ବେହେରା, ଜିଲ୍ଲା ଉପସଭାପତି ଉମାକାନ୍ତ ସାହୁ, ଯୁବ ବିଜେଡି ସଭାପତି ଭକ୍ତ ବନ୍ଧୁ ବେହେରା, ଜିଲ୍ଲା ଯୁବ ସାଧାରଣ ସମ୍ପାଦକ ଦେବରାଜ ଯାଦବ, ଜିଲ୍ଲା ସାଧାରଣ ସମ୍ପାଦକ ରାଜେନ୍ଦ୍ର ବେହେରା, ଶରତ ସିଂ ଭୋଇ, ରାଧେଶ୍ୟାମ କେତକୀ, ଜିଲ୍ଲା ଯୁବ ଉପସଭାପତି ସୁଧାଂଶୁ ସିଂ ଦେଓ, ଡମ୍ବରୁ ମେହେର, ସୁମୀତ ଜୈନ, ପ୍ରମୁଖ ତଥା ଶତାଧିକ ବିଜେଡ଼ି କର୍ମୀ ବ୍ଲକ ସମ୍ମୁଖରେ ଉପସ୍ଥିତ ରହି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବିଡ଼ିଓ ରିପୁନାଥ ସୁନାଙ୍କୁ ପ୍ରଦାନ କରିଥିଲେ।

Comments are closed.