ହାତ ଛାଡି ଫୁଙ୍କିଲେ ଶଙ୍ଖ ଢୋଲମାନ୍ଦଲ ସରପଂଚ ଏବଂ ୱାର୍ଡ ମେମ୍ବର

କଂଟାବାଞ୍ଜି: କଂଟାବାଞ୍ଜି ଝାରବାହାଲିଆ ଛକ ସ୍ଥିତ ବିଜେଡି କାର୍ଯ୍ୟାଳୟରେ ଶନିବାର ପୂର୍ବାହ୍ନ ୧୧ଟା ସମୟରେ ଢୋଲମାନ୍ଦଲ ଗ୍ରା.ପର କାର୍ଯ୍ୟାରତ ସରପଂଚ ବିଶ୍ୱାମିତ୍ର ଛତ୍ରିଆଙ୍କ ନେତୃତ୍ୱରେ କଂଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥି ଅଜୟ ଦାସଙ୍କ ଉପସ୍ଥିତିରେ ପ୍ରାୟ ୨୦ରୁ ଉର୍ଦ୍ଧ୍ବ ଢୋଲମାନ୍ଦଲ ଗ୍ରାମ ପଂଚାୟତର ୱାର୍ଡ ମେମ୍ବରମାନଙ୍କ ସହ କଂଗ୍ରେସ ଦଳ ଛାଡି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି।

ଏହି ମିଶ୍ରଣ ପର୍ବରେ ଚକ୍ରଧର ନାଏକ, ଦଶରଥ ସମରଥ, ଅଭିଶେକ ନିଆଲ, ଚନ୍ଦ୍ରମଣୀ ତାଣ୍ଡି, ବେଷ୍ଣବ ଚିରାଗୁନ, ପୂର୍ନେନ୍ଦୁ କୁମାର ତାଣ୍ଡି, ବାସୁଦେବ ମାଝୀ, ଧରମ ସିଂ ମାଝୀ, ଶୁଭମ ମାଝୀ, ଟି.ଥର୍ଣ୍ଣାଦିକ ତାଣ୍ଡି, ଲିଙ୍ଗରାଜ କାଣ୍ଡୋଦରା ପ୍ରମୁଖ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ।

Comments are closed.