ମମିତାଙ୍କୁ ନ୍ୟାୟ ଦେବା ପାଇଁ ମହିଳା ସଂସୃତିକ ସଙ୍ଗଠନ ତରଫରୁ ସଭା ଓ ଶୋଭାଯାତ୍ରା।

କଂଟାବାଞ୍ଜି : ସର୍ବଭାରତୀୟ ମହିଳା ସାଂକୃତିକ ସଂଗଠନ ଏ.ଆଇ.ଏନ.ଏସ.ଏସର ସର୍ବଭାରତୀୟ ସାଧାରଣ ସଂପାଦିକ ଛବି ମହାନ୍ତି, ଅଲ ଇଣ୍ଡିଆ ଡେମୋକ୍ରାଟିକ ଷ୍ଟୁଡେଣ୍ଡ ଅର୍ଗାନାଇଜେସନର ସର୍ବଭାରତୀୟ ଉପସଭାପତି ଅଶୋକ ମିଶ୍ର ଅଲଇଣ୍ଡିଆ ଡୋମୋକ୍ରାଟିକ ୟ୍ୟୁଥ ଅର୍ଗାନାଇଜେସନ ବଲାଙ୍ଗୀର ଜିଲା ଯୁଗ୍ମ ଆବାହକ ତାପସ ବେହେରାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ତୁରେକେଲା ବ୍ଲକର ଝରଣୀ ଗ୍ରାମକୁ ଯାଇ ମମିତା ମେହେରଙ୍କ ପରିବାରକୁ ସାକ୍ଷାତ କରି ସମବେଦନ ଜଣାଇଥିଲେ।

 

ଏହି ଅବସରରେ ସଂଗଠନ ପକ୍ଷରୁ ଏକ ଶୋଭାଯାତ୍ରା ଓ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା, ଯେଉଁଥିରେ ମମିତାଙ୍କୁ ନ୍ୟାୟ ଦେବା ପାଇଁ  ଦାବି କରାଯାଇଥିଲା। ପରିବାରସଦସ୍ୟଙ୍କ ଦୃଢ ମନୋବଳ ବୃଦ୍ଧି ସହ ଗାଁର ସହେଯାଗ ଯୋଗୁଁ ଏହି ଆନ୍ଦୋଳନକୁ ଆହୁରି ଶକ୍ତିଶାଳୀ କରିବେ ବୋଲି ନାରୀ ନେତ୍ରୀ ଛବି ମହାନ୍ତି ଆହ୍ୱାନ ଦେଇଥିଲେ। ତ୍ୱରିତ ବର୍ମା କମିଶନଙ୍କ ରିପୋର୍ଟ ଅନୁଯାୟୀ ଫାଷ୍ଟଟ୍ରାକ କୋର୍ଟରେ ମୂଖ୍ୟ ହତ୍ୟାକରୀ ଗୋବିନ୍ଦ ସାହୁ ଓ ଏହି ଘଟଣାରେ ସଂପୃକ୍ତ ଅନ୍ୟ ଅପରାଧୀମାନଙ୍କୁ କଠୋରରୁ କଠୋର ତମ ଶାସ୍ଥି ଦେବା ପାଇଁ ସଭାରେ ଦାବୀ ଜଣାଇଥିଲେ। ଏହି ପ୍ରତିନିଧି ମଣ୍ଡଳରେ ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟା ମନ୍ଦୋଦରି ରାଉଳ ,ଏ ଆଇ ଡି ଏସ ଓ ର ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ ସୁନୀଳ ଭୋଇ,ଜିଲା ସଂପାଦକ ମଧୁସୂଦନ ବାଗ ସହ ସଂଗଠନର କିଛି ସଦସ୍ୟ ସାମିଲ ଥିଲେ।

Comments are closed.