ହଲନଭଟାରେ ବିଜେପିର କାର୍ଯ୍ୟକାରିଣୀ ବୈଠକ

କଂଟାବାଞ୍ଜି: ତୁରେକେଲା ବ୍ଲକ୍ ହଲନଭଟା ଗାଁରେ ବିଜେପିର ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତି ଓ ରାଜ୍ୟ କୃଷକମୋର୍ଚ୍ଚା ସାଧାରଣ ସଂପାଦକ ଲକ୍ଷ୍ମଣ ବାଗଙ୍କ ଉପସ୍ଥିତିରେ ଆୟୋଜିତ ବୈଠକରେ ବ୍ଲକ୍‌ର ଅନେକ ବିଜେପି କର୍ମୀ ଯୋଗ ଦେଇଥିଲେ। ମଣ୍ଡଳ ସଭାପତି ହରିଶ୍ଚନ୍ଦ୍ର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ କଂଗ୍ରେସ ଦଳର ଶତାଧିକ କର୍ମୀ ବିଜେପିରେ ଯୋଗ ଦେଇଥିବା ସୂଚନା ମିଳିଛି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଧାମନଡଙ୍ଗା ମଣ୍ଡଳ ସଭାପତି ଯୁଧିଷ୍ଠିର ଜାଲ, ଯୁବମୋର୍ଚ୍ଚା ସଭାପତି ବରୁଣ ନାୟକ, ଜିଲ୍ଲା ପରିଷଦ ସଭ୍ୟ ପଶୁଧନ ମାଝୀ, ଜିଲ୍ଲା ସାଧାରଣ ସଂପାଦକ ଶ୍ରୀବତ୍ସ ବେହେରା, ବ୍ଲକ୍ ସାଧାରଣ ସଂପାଦକ ରଂଜନ ସାହୁ, ଏସ୍‌ସି ମୋର୍ଚ୍ଚା ସଭାପତି କ୍ଷମାନିଧି ଲୁହା, ତୁରେକେଲା କୃଷକ ମୋର୍ଚ୍ଚା ସଭାପତି ଭୂଷଣ ବେହେରା, ଯୌବନ ବାଗ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.