ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହନିର୍ମାଣ ପାଇଁ ଜମି ଯୋଗାଇ ଦେବାକୁ ଦାବି, ତହସିଲଦାରଙ୍କୁ ସ୍ମାରକପତ୍ର ପ୍ରଦାନ

କଣ୍ଟାବାଞ୍ଜି: ତୁରେକେଲା ବ୍ଲକ ବଗବାହାଲ ଗ୍ରାମବାସୀ ଦୀର୍ଘ ୫୦ ବର୍ଷରୁ ଉର୍ଦ୍ଧ୍ବ ହେବ ଜଙ୍ଗଲ ଜମିରେ ଜବର ଦଖଲ କରି କଚ୍ଚା ଘରେ ବସବାସ କରୁଛନ୍ତି। ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଚୟନ କରାଯାଇ ପ୍ରଧାନମନ୍ତ୍ରି ଆବାସ ପାଇଁ ଗ୍ରାମପଞ୍ଚାୟତ ତରଫରୁ ଯୋଗ୍ୟ ବିବେଚିତ କରାଯାଇଛି। ବ୍ଲକ କର୍ତ୍ତୃପକ୍ଷ, ହିତାଧିକାରୀଙ୍କ ନାମରେ ପଟ୍ଟା ଜମି ନଥିବାରୁ କାର୍ଯ୍ୟାଦେଶ ଦେଉନାହାନ୍ତି। ତେଣୁ ଭାଜପା ଜିଲ୍ଲା ସମ୍ପାଦକ ଲକ୍ଷ୍ମଣ ବାଗ ଙ୍କ ନେତୃତ୍ୱରେ ବଗବାହାଲ ଗ୍ରାମର ଆବାସ ଗୃହ ପାଇବା ପାଇଁ ଯୋଗ୍ୟ ହିତାଧିକାରୀ ସିଙ୍ଗାଲୁ ରଣା, ଜିତ ପୁଟେଲ, ନୁନୁ ରଣା, ସାମନ୍ତ ରଣା, ନରୁଆ ରରନା, କେଶବ ପୁଟେଲ, ଅନିରୁଦ୍ଧ ରଣା, ସମୁନ୍ଦର ରଣା, ପ୍ରଫୁଲ୍ଲ ରଣା ପ୍ରମୂଖ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ରେ ତହସିଲଦାର ଅଶୋକ ମାଝୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରି ଜମି ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତି।

Comments are closed.