ରାଏମନ ଫାଉଣ୍ଡେସନ ପକ୍ଷରୁ କଣ୍ଟାବାଞ୍ଜିରେ କମ୍ବଳ ବଣ୍ଟନ

କଣ୍ଟାବାଞ୍ଜି: କରୋନା ମହାମାରୀରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ରାଏମନ ଫାଉଣ୍ଡେସନ ବିଭିନ୍ନ ସମୟରେ ଲୋକଙ୍କ ସେବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରୁଛି। ଲକଡାଉନ ସଟଡାଉନ ସମୟରେ ଜିଲା ସାରା କେଉଁଠି ସୁଖା ଖାଦ୍ୟ, କେଉଁଠି ରନ୍ଧା ଖାଦ୍ୟ ଓ ମାକ୍ସ ବଣ୍ଟନ କରି ସଚେତନତା କାର୍ଯ୍ୟକ୍ରମ କରୁଥିଲେ। ଏବେ ଫାଉଣ୍ଡେସନ ପକ୍ଷରୁ କିନ୍ନର ସେବା ସେବା କରାଯାଉଛି। କଣ୍ଟାବାଞ୍ଜିରେ କିନ୍ନର ମାନଙ୍କୁ ଓ ବୃଦ୍ଧା ମାନଙ୍କୁ ରାଏମନ ଫାଉଣ୍ଡେସନ ପକ୍ଷରୁ କମଳ ବଣ୍ଟନ କରାଯାଉଛି। ଫାଉଣ୍ଡେସନର ପ୍ରତିଷ୍ଠାତା ନାରୀ ନେତ୍ରୀ ରଞ୍ଜୁ ରାଏମନଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଯୁବ ସମାଜସେବୀ ରୋହନ କୁମାର ମହତ, ନିଲେଶ ଦଣ୍ଡସେନା, ପିଙ୍କି ଖର୍ସେଲ, ଦିପକ ବେହେରା ଓ ରାଏସିଂ ପୁଟେଲ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.