ସ୍ୱାସ୍ଥ୍ୟ ଉପକେନ୍ଦ୍ର ଅଛି ହେଲେ ନାହାନ୍ତି ଏଏନଏମ ସ୍ୱାସ୍ଥ୍ୟକର୍ମୀ

କଂଟାବାଞ୍ଜି: ତୁରେକେଲା ବ୍ଲକ ଅନ୍ତର୍ଗତ ମାଓପ୍ରବଣ ଅଚଂଳ ଘୁନେଷ ଗ୍ରାମ ପଂଚାୟତ ହେଡକ୍ୱାର୍ଟରେ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଥାଇ ମଧ୍ୟ ଜନସାଧାରଣ ସ୍ୱାସ୍ଥ୍ୟ ସେବାରୁ ବଂଚିତ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ ୨୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଘୁନେଷ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଏବଂ ରହିବା ପାଇଁ ଷ୍ଟାପ୍‍ କ୍ୱାର୍ଟର ରହିଛି। କିନ୍ତୁ ଏଠାରେ ସ୍ତ୍ରୀ ଏଏନଏମ ଓ ସ୍ୱାମୀ ସ୍ୱାସ୍ଥ୍ୟ କର୍ମିଭାବେ କାର୍ଯ୍ୟ କରୁଛନ୍ତି। କେବଳ ଟୀକାକରଣ ଦିନ ଉଭୟ ଉପସ୍ଥିତ ଥିବା ବେଳେ ଅନ୍ୟ ଦିନ ସ୍ୱାସ୍ଥ୍ୟ କର୍ମି ଏଏନଏମଙ୍କ ଦେଖା ନାହିଁ। ଏ ଅଂଚଳର ଜନସାଧାରଣ ଓ ମହିଳାମାନେ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ଇଂଜେକ୍ସନ ନେବା ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଟିକ୍ରାପଡା ଅଂଚଳରୁ ଆସୁଥିବା ଜଣେ କ୍ୱାକଙ୍କ ଭରସାରେ ସେବା ପାଉଥିବା ଘୁନେଷ ଗ୍ରାମର ତୁଳାରାମ ସଗ୍ରିଆ ଓ ଗ୍ରାମବାସୀ ବିଜେଡିର ବରିଷ୍ଠ ନେତା ଅଜୟ ଦାସଙ୍କୁ ଘୁନେଷ ଗ୍ରାମ ପରିଦର୍ଶନ ସମୟରେ ଦୃଷ୍ଟି ଆକର୍ଷଣ କରିଛନ୍ତି।

ଶ୍ରୀ ଦାସ ଘୁନେଷ କେବିକେ ଜିଲ୍ଲାରେ ଯାଉଥିବା ଓ ଏହା ଏକ ପଛୁଆ ମାଓପ୍ରବଣ ଅଚଂଳ ହୋଇଥିବାରୁ ଏହି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଏବଂ ୫ଟି ସଚିବଙ୍କୁ ଜଣାଇବା ସହ ତୁରନ୍ତ ସମସ୍ୟାର ସମାଧାନ କରାଯିବାର ପ୍ରତିଶୃତି ଦେଇଥିଲେ। ଏହି ଗସ୍ତ ସମୟରେ ଶ୍ରୀ ଦାସଙ୍କ ସହ ତୁରେକେଲା ବିଜେଡି ବ୍ଲକ ସଭାପତି ଆସଦୁଲ୍ଳା ଖାଁ ଉପସ୍ଥିତ ଥିଲେ।

Comments are closed.