ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ 

କଣ୍ଟାବାଞ୍ଜି : ବଲାଙ୍ଗୀର ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ କଣ୍ଟାବାଞ୍ଜି ଶ୍ରୀ ଗୋପାଳ ଗୋଶାଳା ଠାରେ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ଅବସରେ ଗୋ ଚିକିତ୍ସା ଶିବିର ଓ ଟୀକାକରଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଗୋମାତା ପୂଜନ ପରେ, ଗାଈ ମାନଙ୍କୁ ଫଳ ଓ ପନିପରିବା ବଣ୍ଟନ କରାଯାଇ ଖାଇବାକୁ ଦିଆଯାଇଥିଲା । ଏହି କାର୍ୟ୍ୟକ୍ରମକୁ ତୁରେକେଲା ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ଅବିନାଶ ପ୍ରଧାନ ଡା ଦୀପ ପ୍ରତୀକ, କିଶୋର ବେହେରା ଲିଙ୍ଗରାଜ ପୁଟେଲ, ଡମଣମାଝୀ, ଗଣେଶ ନାଗ ପରିଚାଳନା କରିଥିଲେ। ଏହି କାର୍ୟ୍ୟକ୍ରମରେ ଶ୍ରୀଗୋପାଳ ଗୋଶାଳା ଟ୍ରଷ୍ଟର ସଭାପତି ସଞ୍ଜୟ ଅଗ୍ରୱାଲ, ମେନେଜର ମିଳାପ ଜୈନ ଓ ଗୋଶାଳା କର୍ମଚାରୀ ମାନେ ସହଯୋଗ କରିଥିଲେ।

Comments are closed.