ଷ୍ଟେଟ ବ୍ୟାଙ୍କରେ ପାଳିତ ହେଲା ୭୬ତମ ସ୍ୱାଧୀନତା ଦିବସ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଷ୍ଟେଟ ବ୍ୟାଙ୍କର ମୁଖ୍ୟ ଶାଖାରେ ୭୬ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରେ ଶାଖାର ମୁଖ୍ୟ ପ୍ରବନ୍ଧକ ସୁଶାନ୍ତ କୁମାର ଦାସ ଜାତୀୟ ପତାକା ଉତ୍ତୋଳନ କରିଵା ପରେ ଜାତୀୟ ସଂଗୀତ ଗାନ କରାଯାଇଥିଲା ।  ଏହାପରେ ଉପସ୍ଥିତ ପୁଲିସ ଗାର୍ଡ ଜାତୀୟ ପତାକାକୁ ଗାର୍ଡ ଅଫ ଅନର ଦିଆ ଯାଇଥିଲା । ପରେ ଦେଶ ପାଳୁଥିବା ଆଜାଦୀ କା ଅମୃତ ମହୋତ୍ସବ ଉପଲକ୍ଷେ ଜାତୀୟ ପତାକା ଓ ମିଷ୍ଟାନ ବଣ୍ଟନ କରାଯାଇଥିଲା ।  ବ୍ୟଙ୍କ ଅଫିସର ହରିଶ ଚନ୍ଦ୍ର ନାୟକ, ତନ୍ମୟ କୁମାର ସାହୁ, ବିକାଶ ରଞ୍ଜନ ମେହେର, ମହେନ୍ଦ୍ର ନାଥ ସାହୁ ଆଶୁତୋଷ ପାଣିଗ୍ରାହୀଙ୍କ ସହ ବ୍ୟାଙ୍କର ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Comments are closed.