ପ୍ରତ୍ୟେକ ଘରେ ଗଛଟିଏ ଅଭିଯାନର ଶୁଭାରମ୍ଭ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲାର ତୁରେକେଲା ବ୍ଳକ ଓ କଣ୍ଟାବାଞ୍ଜି ବିଜ୍ଞାପିତ ଅଞ୍ଚଳରେ ଜୁଲାଇ ପହିଲାରୁ ବନ ମହୋତ୍ସବ ପାଳନ ଅବସରରେ ବିଭିନ୍ନ ଅନୁଷ୍ଠାନ, ସମାଜସେବୀ, ପ୍ରକୃତିପ୍ରେମୀ, ବନ ଵିଭାଗ ତରଫରୁ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଚାଲିଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅଧିକରୁ ଅଧିକ ଗଛ ଲଗେଇବାକୁ କଣ୍ଟାବାଞ୍ଜି ବନ ବିଭାଗ ର ମିଳିତ ସହଯୋଗରେ ପ୍ରକୃତିବନ୍ଧୁ ତଥା ଜୁନିୟର ରେଡକ୍ରସ ପରାମର୍ଶ ଦାତା ବିରଞ୍ଚି ନାରାୟଣ ଦାଶ ବୃକ୍ଷ ରୋପଣ ଅଭିଯାନରେ ସାମିଲ ରହିଛନ୍ତି। ତେଣୁ ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାର ଦିନ ପ୍ରତ୍ୟେକ ଘରେ ଗଛଟିଏ ଅଭିଯାନର ଶୁଭାରମ୍ଭ କରିଛନ୍ତି। କଣ୍ଟାବାଞ୍ଜିର ସମାଜସେବୀ ଅମରଚନ୍ଦ ଶର୍ମାଙ୍କ ଘରକୁ ଯାଇ ଗୋଟିଏ ଅଁଳା ଗଛ ଲଗେଇ ଥିଲେ। ପ୍ରତ୍ୟେକ ଘରେ ଅନ୍ତଃତ ଗୋଟିଏ ଗଛ ରହିବା ଜରୁରୀ ତେଣୁ ପ୍ରତିଦିନ କାମରେ ଆସୁଥିବା ଆମ୍ବ, ବେଲ, ଲିମ୍ବ, ଅଁଳା ଓ ବରକୋଳି ଭଳି ଗଛ ବନବିଭାଗରୁ ଆଣି ଆଗ୍ରହ ପ୍ରକାଶ କରୁଥିବା ବ୍ୟକ୍ତିଙ୍କ ଘରବାଡିରେ ଲଗେଇବାର ବ୍ୟବସ୍ଥା କରାଯିବା ସହିତ ଯେଉଁମାନେ ଯୋଗାଯୋଗ କରିବେ ଅବିଳମ୍ବେ ତାଙ୍କ ପାଖରେ ଚାରା ପହଞ୍ଚିବ ବୋଲି ଶ୍ରୀ ଦାଶ ଜନ ସାଧାରଣଙ୍କୁ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମରେ ବନାଞ୍ଚଳ ଅଧିକାରୀ ଶ୍ରଦ୍ଧାଦେବ ବଡମାଳି, ଫରେଷ୍ଟର ବିନୋଦ କୁମାର ଧରୁଆ, ସମାଜସେବୀ ଆଶିଷ ଜୈନ ସହଯୋଗ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।

Comments are closed.