କଂଟାବାଞ୍ଜିରେ ରଥଯାତ୍ରା ଶାନ୍ତିଶୃଙ୍ଖଳା ସହ ସମ୍ପନ୍ନ

କଂଟାବାଞ୍ଜି: କଂଟାବାଞ୍ଜିରେ ରଥଯାତ୍ରା ଅତି ଆନନ୍ଦ ଉଲ୍ଲାସ ସହ ସମ୍ପନ୍ନ ହୋଇଛି। କଂଟାବାଞ୍ଜି ମୁଖ୍ୟ ଜଗନ୍ନାଥ ମନ୍ଦିର ଠାରେ ପୁଜାର୍ଚ୍ଚନା ପରେ ରଥ ଟଣା ଆରମ୍ଭ ହୋଇଥିଲା। ଶାସ୍ତ୍ରୀ ଛକ, ଇନ୍ଦିରା ଛକ ଦେଇ ଚଟୁଅନକା ମାଉସି ମା ମନ୍ଦିରକୁ ବାହୂଡି ଥିଲେ ପ୍ରଭୁ। ଜଗନ୍ନାଥ ମନ୍ଦିର କମିଟି ସଭାପତି କାନନ କିଶୋର ପଣ୍ଡା, ସଂପାଦକ କୁଞ୍ଜବିହାରୀ ବେହେରା, ସଦସ୍ୟ ତଥା ଏନଏସି ଅଧ୍ୟକ୍ଷ ବରିୟାମ ସିଂହ ସାଲୁଜା, ରାଜେନ୍ଦ୍ର ବେହେରା, ବିଦେଶୀ ବେହେରା, ବେଦବ୍ୟାସ ନାଗ, ଗିରିଜା ସୋନୀ ପ୍ରମୁଖ ସହଯୋଗ କରିଥିବା ବେଲେ ଏହି ପୁଜାରେ କର୍ତ୍ତା ଭାବେ ବିମଳ ଅଗ୍ରୱାଲ ଓ ତାଙ୍କ ଧର୍ମପତ୍ନୀ ରୁଚି ଅଗ୍ରୱାଲ, ପୁଜକ ଭାବେ କୁମୁଦ ଷଡଙ୍ଗୀ, ଶ୍ରୀପତି ମିଶ୍ର, ସୋନୁ ସତପଥୀ ଥିଲେ।

ସେହିପରି କଂଟାବାଞ୍ଜି ଆଶ୍ରମ ପଡା ଠାରେ ଥିବା ଜଗନ୍ନାଥ ମନ୍ଦିରରୁ ମୁଖ୍ୟ ରାସ୍ତାକୁ ରଥା ବାହୂଡି ଥିଲା। ଆଶ୍ରମପଡା ରଥ ଅପରାହ୍ନ ୫ଟାରେ ବାହାରି ଭରପୁର ଭକ୍ତଙ୍କ ସହ କୀର୍ତ୍ତନମଣ୍ଡଳୀ ମଧ୍ୟରେ ରଥ ଟଣା ହୋଇ ଝଙ୍କରପଡା, ସିଙ୍ଗଳପଡ଼ା, ଅଣ୍ଡରବ୍ରିଜ ଦେଇ ସନ୍ଧ୍ୟା ସାତଟାରେ ଅନିଲ ସୋନିଙ୍କ ଅସ୍ଥାୟୀ ମାଉସୀମା ଗୃହରେ ପହଂଚି ଥିଲେ। ମନ୍ଦିର କମିଟି ସଭାପତି ପ୍ରେମକିଶୋର ପଣ୍ଡା, ସମ୍ପାଦକ ସଞ୍ଜୟ ନାଥ, ଉଦ୍ଧବ ଘିବେଲା, ମଧୁସୁଦନ ନାୟକ, ମନ୍ଦିର ପୂଜକ ସଂଜୟ ମହାପାତ୍ରଙ୍କ ସହ ମନ୍ଦିର କମିଟି ସଦସ୍ୟମାନେ ରଥା ରୁଡ଼ ହୋଇ ରଥ ଟାଣିବାରେ ସାମିଲ ଥିଲେ।

Comments are closed.