ଉତ୍କଳମଣୀଙ୍କ ୯୪ ତମ ଶ୍ରଦ୍ଧାଞ୍ଜଳି ସଭା

କଣ୍ଟାବାଞ୍ଜି: ଓଡିଶା ଲୋକସେବକ ମଣ୍ଡଳ ଶାଖା ତଥା ସମାଜ ପରିଚାଳନା ମଣ୍ଡଳୀ ପରାମର୍ଶ କ୍ରମେ ରାଜ୍ୟସାରା ପ୍ରତେକ ବ୍ଲକରେ ସପ୍ତାହେ ବ୍ୟାପି ‘ସେବା ଓ ସେବକ ଦିବସ’ ପାଳନ ଅବସରେ କଣ୍ଟାବାଞ୍ଜି ପ୍ରଧାନମନ୍ତ୍ରୀ କୋଶଲ କେନ୍ଦ୍ର ସମ୍ମିଳନୀ କକ୍ଷ ଠାରେ ତ୍ୟାଗ ଓ ସେବାର ପ୍ରତୀକ ପଣ୍ଡିତ ଉତ୍କଳମଣୀ ଗୋପବନ୍ଧୁଙ୍କ ୯୪ ତମ ଶ୍ରାଦ୍ଧବାର୍ଷିକୀ ଅବସରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇ ଯାଇଛି। ସମାଜ ସ୍ଥାନୀୟ ପ୍ରତିନିଧି ଜୀବନାନନ୍ଦ ମହାନ୍ତିଙ୍କ ସଂଯୋଜନା ଓ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଵିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିରଞ୍ଜନ ଧଳ ବକ୍ତା ଭାବେ କେଭି କଲେଜ ପି ଜି ବିଭାଗ ଓଡ଼ିଆ ଅଧ୍ୟାପକ ଡକ୍ଟର ସଂଜୟ କୁମାର ମିଶ୍ର, ସଂମ୍ମାନିତ ଅତିଥି ଭାବେ ସିନ୍ଦି କେଲା ପଲ୍ଲିଶ୍ରୀ ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟ ଅଧ୍ୟାପକ ଚିନ୍ମୟ ଯୋଶୀ, ବରିଷ୍ଠ ସାମ୍ବାଦିକ ସୁବାଷ ଚନ୍ଦ୍ର ବେହେରା ଓ ପି ଏମ କେ କେ ପ୍ରୋପାଇଟର ସୁଧୀର ରାଉତରାୟ ମଂଚାସୀନ ଥିବାବେଳେ ମୁଖ୍ୟବକ୍ତା ଏବଂ ମୁଖ୍ୟ ଅତିଥି, ତ୍ୟାଗ ଓ ସେବାର ପ୍ରତୀକ ପଣ୍ଡିତ ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କୁ ଉତ୍କଳର ବାପୁଜୀ ଆଖ୍ୟା ଦେବାସହ, ଭାରତ ସ୍ୱାଧୀନ ପାଇଁ ଗୋପବନ୍ଧୁ ତ୍ୟାଗ, ଉତ୍କଳବାସୀଙ୍କ ପାଇଁ ସମର୍ପିତ ସେବା, ଦୁଖୀ ଦରିଦ୍ରଙ୍କ ଜନକଙ୍କ ଜୀବନୀ ତ୍ୟାଗ ଉପରେ ଉପସ୍ଥିତ କେନ୍ଦ୍ର ତାଲିମ ନେଉଥିବା ଛାତ୍ରଛାତ୍ରୀଙ୍କୁ ଆଲୋକପାତ କରିଥିବା ବେଳେ, ସମସ୍ତେ ଜଣେ ଜଣେ ଗୋପବନ୍ଧୁ ହୋଇ ବାହାରିବା ପାଇଁ ଆହ୍ୱାନ ଦେବାସହ ସମାଜ ପ୍ରତିନିଧି, ପି ଏମ କେ କେଅନୁଷ୍ଠାନରେ ଏଭଳି ଶ୍ରଦ୍ଧାଞ୍ଜଳି ସେବା ଆୟୋଜନ କରିବା ସହ, ଉପସ୍ଥିତ କାଲିର ଭବିଷ୍ୟତ ଛାତ୍ରଛାତ୍ରୀ ଦୀର୍ଘ ସମୟ ଧରି ନିରବ ରହି ଗୋପବନ୍ଧୁଙ୍କ ଜୀବନୀ ଉପରେ ସୃତି ଚାରଣରେ ସାମିଲ ହୋଇଥିଲେ।

Comments are closed.