ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ୯୪ତମ ଶ୍ରାଦ୍ଧୋତ୍ସବ ପାଳିତ

କଣ୍ଟାବାଞ୍ଜି: ଓଡିଶା ଲୋକସେବକ ମଣ୍ଡଳ ଶାଖା ତଥା ସମାଜ ପରିଚାଳନା ମଣ୍ଡଳୀ ପରାମର୍ଶ କ୍ରମେ ରାଜ୍ୟସାରା ପ୍ରତେକ ବ୍ଲକ ରେ ସପ୍ତାହେ ବ୍ୟାପି ସେବା ଓ ସେବକ ଦିବସ ପାଳନ ଅବସରରେ କଣ୍ଟାବାଞ୍ଜି କୋଶଲ କେନ୍ଦ୍ର ସମ୍ମିଳନୀ କକ୍ଷ ଠାରେ ଆଜି ପଣ୍ଡିତ ଉତ୍କଳମଣୀ ଗୋପବନ୍ଧୁଙ୍କ ୯୪ତମ ଶ୍ରାଦ୍ଧୋତ୍ସବ ପାଳିତ ହୋଇଯାଇଛି। ‘ସମାଜ’ ପ୍ରତିନିଧି ଜୀବନାନନ୍ଦ ମହାନ୍ତିଙ୍କ ସଂଯୋଜନା ଓ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ, ଵିଜ୍ଞାପିତ ଅଞ୍ଚଳ ପରିଷଦ କାର୍ୟ୍ୟ ନିର୍ବାହୀ ଅଧିକାରୀ ନିରଞ୍ଜନ ଧଳ , ଅଧ୍ୟାପକ ଡ.ସଂଜୟ କୁମାର ମିଶ୍ର, ସିନ୍ଦିକେଲା ପଲ୍ଲିଶ୍ରୀ ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟ ଅଧ୍ୟାପକ ଚିନ୍ମୟ ଯୋଶୀ, ସାମ୍ବାଦିକ ସୁବାଷ ଚନ୍ଦ୍ର ବେହେରା ଓ ପିଏମକେକେ ପ୍ରୋପାଇଟର ସୁଧୀର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ। ଭାରତ ସ୍ୱାଧୀନ ପାଇଁ ଗୋପବନ୍ଧୁ ତ୍ୟାଗ, ଉତ୍କଳ ବାସୀଙ୍କ ପାଇଁ ସମର୍ପିତ ସେବା, ଗୋପବନ୍ଧୁଙ୍କ ଜୀବନୀ ଓ ତ୍ୟାଗ ଆଲୋକ ପାତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ତାଲିମ କେନ୍ଦ୍ର ର ସଂଜୟ ମେହେର, ମାନସ ଗଡ଼ ତିଆ, ନରୋତ୍ତମ ନାଏକ, କୈବଲ୍ୟ ତାଣ୍ଡି, ଦେବେନ୍ଦ୍ର ସଦର, ବିକ୍ରମ ଭାଟି ଏହି କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ‘ସମାଜ’ ଅନୁଷ୍ଠାନକୁ କୃତଜ୍ଞତା ଜଣାଇଥିଲେ।

Comments are closed.