କଣ୍ଟାବାଞ୍ଜି: ସିସିଟିଭିରେ କଏଦ ହେଲା ବାଇକ ଚୋରୀ ଦୃଶ୍ୟ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ସହରରେ ଦିନକୁ ଦିନ ବାଇକ ଚୋରି ବଢୁଥିବା ଦେଖିବାକୁ ମିଳୁଛି । ରାତି ସମୟରେ ଠିକରେ ପୁଲିସର ପେଟ୍ରୋଲିଂ ହେଉନଥିବା ଯୋଗୁ ଚୋରି ବଢୁଥିବା ସହରବାସୀ ଅଭିଯୋଗ କରିଛନ୍ତି। ୨୫ ତାରିଖ ରାତିରେ ଜଣେ ବ୍ୟବସାୟୀଙ୍କ ଘର ବାହାରେ ଥିବା ବାଇକ ଚୋରି ହୋଇଛି। ଚୋରିର ଦୃଶ୍ୟ ଦୋକାନ ବାହାରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି। ସେହିପରି ୨୫ ବିଳମ୍ବିତ ରାତିରେ ସହରରେ ମୁଖ୍ୟ ଛକରେ ଥିବା ଏକ ଚାରି ଚକିଆ ଗାଡ଼ିକୁ ଚୋରି କରିବାକୁ ଦୁଇ ଜଣ ଚୋର ପ୍ରୟାସ କରୁଥିବାବେଳେ ତାହା ମଧ୍ୟ ସିସିଟିଭିରେ କଏଦ ହୋଇଥିବା ଦେଖିବାକୁ ମିଳିଛି। ତେବେ ଚାରି ଚକିଆ ଗାଡିର ଷ୍ଟ୍ରିୟରିଂ ଲକ ହୋଇଯାଇଥିବା ଯୋଗୁ ଗାଡିକୁ ଚୋରମାନେ ଚୋରି କରିବାରେ ସଫଳ ହୋଇନାହାନ୍ତି। କିନ୍ତୁ ଗାଡିର କିଛି ସାମଗ୍ରୀ ଚୋରି କରି ନେଇଯାଇଛନ୍ତି। ବାଇକ ଚୋରିଘଟଣାରେ କଣ୍ଟାବାଞ୍ଜିଥାନାରେ ବାଇକ ମାଲିକ ଲିଖିତ ଅଭିଯୋଗ ଦେଇଥିବା ବଳେ, ଚାରି ଚକିଆ ଗାଡି ଚୋରି ଉଦ୍ୟମର ଅଭିଯୋଗ ଦେଇନଥିବା ଜଣାଯାଇଛି। ଏହି ଚୋରୀ ଘଟଣା ରେ ପୁଲିସ ତଦନ୍ତ ଜାରି ରଖିଛି।

Comments are closed.