ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକର ୮୩ତମ ପ୍ରତିଷ୍ଠା ଦିବସ ପାଳିତ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ଖଗସା ସ୍ଥିତ ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍ କାର୍ଯ୍ୟଳୟ ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ବାରା ପ୍ରତିଷ୍ଠିତ ରାଜନୈତିକ ଦଳ ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକର ୮୩ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି  । ଏହି ଅବସର ଅତିଥି ଭାବେ ବଲାଙ୍ଗୀର ଜିଲ୍ଲାଫରୱାର୍ଡ ବ୍ଲକ ସମ୍ପାଦକ ସୁଶିଲ ଥନାପତି ଯୋଗ ଦେଇଥିବା ବେଳେ ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକର ସମସ୍ତ ସାଥି ସଭ୍ୟ ତଥା ବୁଜୁ ରଜ ଦାସ, ସୁଭିଲ ଥନାପତି , ଉତ୍କଳ ଥନାପତି, ଅଭି ଦାସ, ଦିଲ୍ଲୀପ ମଲ୍ଲିକ, ଭୀମ ଭୋଇ, ରୁପେଶ ଧାରୁଆ, କୁସ ହଂସ, ସଶି ଝାଙ୍କର, ଗିରି ମଲ୍ଲିକ, ସ୍ୱପ୍ନା ତାଣ୍ଡି, ପ୍ରମିଳା ତାଣ୍ଡି, କୁନ୍ତୀ ତାଣ୍ଡି, ଅହିରାଜ କୁଆଁର, ଜ୍ୟୋସ୍ନା ତାଣ୍ଡି, ପ୍ରମିଳା ତାଣ୍ଡି, ଅହଲ୍ୟା ତାଣ୍ଡି, ପ୍ରମୁଖ ପ୍ରତିଷ୍ଠା ଦିବସରେ ଅଂଶ ଗ୍ରହଣ କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ସାଥୀ ମାନଙ୍କୁ ଅତିଥି ଭାବେ ଯୋଗ ଦେଇଥିବା ସୁଶୀଲ ଥାନାପତି ଜିଲ୍ଲା ସମ୍ପାଦକ ସ୍ବର୍ଗତ ବିପ୍ଲବୀ ନେତା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନୀତି ଓ ଆଦର୍ଶ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଦଳୀୟ କର୍ମୀ ମାନେ ଯୋଗ ଦେଇ ସୁଭାଷ ବୋଷଙ୍କ ଜିବନୀ ଏବଂ ଭାରତ ସ୍ୱାଧୀନ ପାଇଁ ତାଙ୍କର ଭୂମିକା ଉପରେ ଚର୍ଚ୍ଚା କରିବା ସହ ଫରୱାର୍ଡ ବ୍ଲକର ନୀତି, ଆଦର୍ଶ ଉପରେ ସଂଗ୍ରାମୀ ସାଥି ମାନେ କାମ କରିବେ, ବୋଲି ବଜ୍ର ଶପଥ ନେଇଥିଲେ । ପରେ ଉପସ୍ଥିତ ସାଥି ମାନଙ୍କୁ ସଭାପତି ଶ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ  ।

Comments are closed.