ବାଇକ ଦୁର୍ଘଟଣାରେ ଦୁଇ ଗୁରୁତର

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ କଣ୍ଟାବାଞ୍ଜି ତୁରେକେଲା ରାସ୍ତା ପେଟ୍ରୋଲ ପମ୍ପ ମୋଡ଼ ନିକଟରେ କଣ୍ଟାବାଞ୍ଜି ପଟୁ ତୁରେକେଲା ଆଡକୁ ଯାଉଥିବା ବାଇକ ଚାଳକ ନିଜର ଭାରସାମ୍ୟ ହରାଇବାରୁ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ବାଇକରୁ ଦୁଇ ଜଣ ଛିଟିକି ପଡ଼ିଥିଲେ। ପରେ ଉଭୟଙ୍କୁ ତୁରେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଆହତ ଦୁଇ ଜଣ ହେଉଛନ୍ତି ଭାଲୁକୁନା ଗ୍ରାମର ଫିରୋଜ ପ୍ରଧାନ ଓ ଅକ୍ଷୟ ସାହୁ। ଉଭୟଙ୍କ ଚିକିତ୍ସା ଚାଲିଥିବା ଜଣାପଡିଛି।

Comments are closed.