ସ୍ୱପ୍ନ ସାକାର ହେଲା, ଗ୍ୱଂଚିଯୋର ଗାଁକୁ ବିଜୁଳି ସଂଯୋଗ ହେଲା

କଣ୍ଟାବାଞ୍ଜି: ତୁରେକେଲା ବ୍ଲକ ଅନ୍ତର୍ଗତ ଗ୍ୱଂଚିଯୋର ଗାଁକୁ ବିଜୁଳି ସଂଯୋଗ ହେଲା। ଗ୍ରାମବାସୀ ଦୀର୍ଘବର୍ଷ ଦେଶ ସ୍ୱାଧିନତାରୁ ୭୫ ବର୍ଷପରେ ବିଜୁଳି ଆଳୁଅ ଦେଖିବାକୁ ପାଇଲେ। ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ବାତାବରଣ, ଗ୍ରାମବାସୀ ବିଜେଡି ନେତା ଅଜୟ ଦାସଙ୍କୁ ଶ୍ରେୟ ଦେଇଥିଲେ। ଶ୍ରୀ ଦାସଙ୍କ ଉଦ୍ୟମରେ ହିଁ ଗ୍ରାମବାସୀ ବିଜୁଳି ପାଇଥିବା ଗାଁ ମୁଖିଆ କହିଛନ୍ତି। ସୂଚନା ଅନୁସାରେ ବହୁ ବର୍ଷ ଧରି ଗ୍ରମବାସୀ ବିଜୁଳି ପାଇବାରୁ ବଚିଂତ ଥିଲେ।

ଜଙ୍ଗଲ ବିଭାଗ ଅନୁମତି ଦେଉନଥିବା ଯୋଗୁଁ ଗାଁକୁ ବିଜୁଳି ଆସିପାରିନଥିଲା। ଗ୍ରାମବାସୀଙ୍କ ତରଫରୁ ବହୁବାର ସ୍ଥାନୀୟ ବିଡିଓ ଜିଲ୍ଲାପାଳଙ୍କ ଦୃଷ୍ଟି ଆର୍କଷଣ କରାଯାଇଥିଲା। ହେଲେ ବି କୈଣସି ସୁଫଳ ମିଲିପାରିନଥିଲା ପରେ ଅଜୟ ଦାସଙ୍କ ନେତୃତ୍ୱରେ ବିଦ୍ୟୁତ ବିଭାଗ, ଜଙ୍ଗଲ ବିଭାଗ ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ପରେ ଯୁଦ୍ଧକାଳିନ ମଧ୍ୟରେ ଗାଁକୁ ବିଦ୍ୟୂତ ସଂଯୋଗ କରାଯାଇ ଗାଁରେ ନୂତନ ଟ୍ରାନ୍ସଫରମର ଲଗାଯାଇଥିଲା। ଏହାକୁ ଅଜୟ ଦାସ ଉଦଘାଟନ କରିଥିବା ବେଲେ ଗାଁର ଲଛମନ ପୁଟେଲ, ଜନତା କୁଅଁର, ବବିତା ମାଝୀ, ହିମାନ୍ଦ୍ରୀ ମାଝି, ରୁଦ୍ରମାଝି, ଜଗବନ୍ଧୁ ମାଝି ଓ ଜିଲ୍ଲାପରିଷଦ ସଭ୍ୟ ପର୍ଶୁରାମ ମାଝୀ ପ୍ରମୂଖ ଉପସ୍ଥିତ ଥିଲେ।

Comments are closed.