ବୁଲା ଗାଈଗୋରୁଙ୍କ ଉପର ଏସିଡ ମାଡ଼; ଥାନାରେ ଏତଲା

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ସହରର ରାସ୍ତା ଉପରେ ବୁଲୁଛନ୍ତି  ଗାଈଗୋରୁ । ଖାଦ୍ୟ ଅନ୍ୱେଷଣରେ ଗାଈଗୋରୁ ମାନେ ବର୍ଷ ବର୍ଷ ଧରି ବୁଲୁଥିବା ବେଳେ, କେହି ଅଜଣା ଦୁର୍ବୃତ୍ତ ପ୍ରଚଣ୍ଡ ଖରାରେ ଗୋମାତା ଉପରେ ଏସିଡ ଫିଙ୍ଗି ନିର୍ଯାତନା ଦେଉଥିବା ଦେଖିବାକୁ ମିଳିଛି । ଏହି ଘଟଣାରେ ସହରର ଜନସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ତାହା ସହ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ଥାନାରେ ନାଗରିକଙ୍କ ତରଫରୁ ଲିଖିତ ଏତଲା ଦିଆଯାଇଛି । ଦୋଷୀକୁ ଚିହ୍ନଟ କରି ତା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବି କରାଯାଇଛି । ଗାଈ ଠାରୁ କ୍ଷୀର ସଂଗ୍ରହ କରିବା ପରେ ଗାଈ ଗୁଡ଼ିକୁ ଘରେ ନ ବାନ୍ଧି ବାହାରେ ଚରିବା ପାଇଁ ଖୋଲା ଛାଡି ଦିଆଯାଉଛି । ଵିଜ୍ଞାପିତ ଅଞ୍ଚଳ ପରିଷଦର କାଞ୍ଜିଆ ଖାନା ନାହିଁ କି, ପରିଷଦ ତରଫରୁ, ଗାଈମାଲିକଙ୍କ ଉପରେ ଠୋସ କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।  ଆଜି ନଗରପାଳ ବରିୟାମ ସିଂ ସାଲୁଜାଙ୍କ ସହିତ ଅଶୋକ ବଂଶଳ, ଅଶୋକ ଛାପଡ଼ିଆ, ଆନନ୍ଦ ମୋଟେ,ପୂର୍ବତନ ପାର୍ସଦ  ସୁରଜିତ ସିଂ ମାକିଜା, ହରିଶ ଅଗ୍ରୱାଲ, ମନୋଜ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

 

Comments are closed.