ଲୁହା ଛଡ ଚୋରୀ ଘଟଣା, ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ

କଣ୍ଟାବାଞ୍ଜି:କଣ୍ଟାବାଞ୍ଜି ପୁଲିସ ଲୁହା ଛଡ଼ ଚୋରୀ ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ ସହ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ଚୋରୀ ହୋଇଥିବା ୨ କ୍ୱିଣ୍ଟାଲ ଲୁହା ଛଡ଼ ଜବତ କରାଯାଇଛି। ଅପରପକ୍ଷରେ ଲୁହା ଛଡ଼ କିଣିଥିବା ଜନୈକ ଅଭିଯୁକ୍ତଙ୍କୁ ନୋଟିସ ଦେଇ ଛାଡିଦେଇଥିବା ଜଣାପଡିଛି।
ସୂଚନା ଅନୁଯାୟୀ ନୂଆପଡା ନିବାସୀ ଗୌତମ ବିଶ୍ୱାସ ନିଜର ଘର ତିଆରି ପାଇଁ ରଖିଥିବା ୨ କ୍ୱିଣ୍ଟାଲ ଛଡ଼ ସହ ୨ଟି କଟର ମେସିନ ଗତ ୧୪ତାରିଖ ରାତିରେ କେହି ଦୁର୍ବୃତ୍ତ ଚୋରି କରି ନେଇ ଯାଇଥିବା ଥାନା ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

କୌଣସି ସୂତ୍ରରୁ ଖବର ପାଇ ସାଗରପଡା ଅଞ୍ଚଳରୁ ଲୁହାଛଡ଼ ଜବତ କରିବା କୁ ସକ୍ଷମ ହୋଇଥିବା ବେଳେ, ଚୋରୀ ହୋଇ ଥିବା ୨ଟି କଟର ମେସିନ ପାଇ ନଥିଲା.ତଦନ୍ତ ପରେ ଚୋରୀ କରିଥିବା ଅଭିଯୁକ୍ତ ନୂଆପଡା ର ହରିବଛା କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ତଦନ୍ତ କାରି ପୁଲିସ ଏସ.ଆଇସୁନ୍ଦର କୁମାର ବେହେରା ସୂଚନା ଦେଇଛନ୍ତି। ଅଭିଯୁକ୍ତଙ୍କୁ ଜାମିନ ଆବେଦନ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ନାମଞ୍ଜୁର କରିବା ପରେ କଣ୍ଟାବାଞ୍ଜି ଉପ କାରାଗାରକୁ ପଠାଇ ଦିଆ ଯାଇଥିବା ପ୍ରାପ୍ତ ସୂଚନାରୁ ଜଣା ପଡିଛି।

Comments are closed.