ବଜ୍ରାଘାତରେ ଯୁବକ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲା ଟିକ୍ରାପଡା ଫାଣ୍ଡିଅନ୍ତର୍ଗତ ଝାରବାହାଳୀ ଗାଁର ଭୁବନ ବଗର୍ତ୍ତୀ ସନ୍ଧ୍ୟା ସମୟରେ ଗାଁ ପାଖ ନଦୀକୁ ଶୌଚ ହେବାକୁ ଯାଇଥିଲେ। ଏହି ସମୟରେ ହଠାତ ଘଡଘଡି ବିଜୁଳି ଛାତିରେ ମାରିଥିଲା। ଫଳରେ ତାଙ୍କର ଘଟଣା ସ୍ଥଳରେ ଅଚେତ ହୋଇ ପଡ଼ିଯାଇଥିଲେ। ଖବର ପାଇ ପରିବାର ଲୋକେ ଆମ୍ବୁଲାନ୍ସ ଯୋଗେ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ। ସେଠାରେ କାର୍ୟ୍ୟରତ ଡାକ୍ତର ଭୁବନକୁ ମୃତ ଘୋଷଣା କରିଥିଲେ। ଆସନ୍ତା କାଲି ମୃତଦେହ ବ୍ୟବଚ୍ଛେଦ ହେବ ବୋଲି ଡାକ୍ତରଙ୍କ ସୂତ୍ରରୁ ସୂଚନା ଦିଆଯାଇଛି।
ଏହି ଅଘଟଣ ଓ ଭୁବନଙ୍କ ଅକାଳ ମୃତ୍ୟୁ ଖବର ତାଙ୍କର ପରିବାର ସହ ଗାଁରେ ଶୋକର ଛାୟା ଖେଳିଯାଇଛି। ସୂଚନାଯୋଗ୍ୟ ଯେ ଜିଲାର ବିଭିନ୍ନ ସ୍ଥାନରେ ଆଜି ସନ୍ଧ୍ୟାରେ କାଳ ବୈଶାଖୀ ସହ ବିଜୁଳି ଘଡଘଡି ହୋଇଥିଲା। ମୃତକ ପରିବାରକୁ ତୁରନ୍ତ ଆର୍ଥିକ ସାହାଯ୍ୟ ଦେବାକୁ ଗ୍ରାମବାସୀଙ୍କ ତରଫରୁ ଦୃଢ଼ ଦାବି ହୋଇଛି।

Comments are closed.