ରାଷ୍ଟ୍ରପତିଙ୍କୁ ଇଚ୍ଛାମୃତ୍ୟୁ ମାଗିବା ଘଟଣା, ଅଦାଲତରୁ ଅମିତଙ୍କୁ ମିଳିଲା ନ୍ୟାୟ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ସହରରେ ରହୁଥିବା ଦିବ୍ୟାଙ୍ଗ ଯୁବକ ଅମିତ ଜୈନ ରାଷ୍ଟ୍ରପତିଙ୍କୁ ଇଚ୍ଛାମୃତ୍ୟୁ ମାଗିଥିଲେ। ପୈତୃକ ସମ୍ପତ୍ତି ଉପରେ ଅନ୍ୟ କାହାର କବ୍‌ଜା ଥିବା ନେଇ ବାରମ୍ବାର ପ୍ରଶାସନକୁ ଜଣାଇଲେ ସୁଦ୍ଧା କୌଣସି ସୁଫଳ ମିଳିନଥିଲା। ବିଭିନ୍ନ ଗଣମାଧ୍ୟମରେ ଏହା ପ୍ରକାଶିତ ହେବା ପରେ ପ୍ରଶାସନ ପକ୍ଷରୁ ଦିବ୍ୟାଙ୍ଗ ଅମିତ ପାଇଁ ନ୍ୟାୟର ବାଟ ଫିଟିଛି। ପ୍ରଶାସନ ପକ୍ଷରୁ କିଛିଦିନ ଆଗରୁ ଅମିତଙ୍କ ଜମିକୁ ଡିମାର୍କେସନ୍ କରିବା ସହ ରାସ୍ତା ଦିଆଯାଇଥିଲା । ଏହି ସମୟରେ ଥାନା ଅଧିକାରୀ, ଆର୍‌ଆଇ,ଏସ୍‌ଡିପିଓଙ୍କ ଉପସ୍ଥିତିରେ ଜମିକୁ ଚିହ୍ନଟ କରାଯାଇଥିଲା। ଜାତୀୟ ତାଳୁକ ଆଇନ ସେବା କମିଟିଙ୍କ ନିର୍ଦେଶ ଅନୁଯାୟୀ ଓଡ଼ିଶା ତାଲୁକ ଆଇନ ସେବା କମିଟିର ପରାମର୍ଶରେ କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ଦିବ୍ୟାଙ୍ଗ ଅମିତ ଓ ତାଙ୍କ ବଡ଼ଭାଇ ଶୈଳୁ ଜୈନ ହାଜର ହୋଇଥିଲେ। କଣ୍ଟାବାଞ୍ଜି ଅତିରିକ୍ତ ତହସିଲଦାର ଯୋଗେଶ୍ବର ଧରୁଆ ଏବଂ ଥାନା ଅଧିକାରୀ ସତ୍ୟଜିତ କନ୍ଦନକଲେଙ୍କ ଉପସ୍ଥିତିରେ ଅଦାଲତ ଅମିତଙ୍କୁ ନିଜ ଜମିରେ କାମ କରିବାରୁ ନିର୍ଦେଶ ଦେବା ସହ ଦୁର୍ଘଟଣାର ବୀମାରାଶି କେମିତି ମିଳିବ ସେନେଇ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ପୈତୃକ ଜମି ସ୍ଥାନରେ କେମିତି ଗଣ୍ଡଗୋଳ ନହେବ ସେନେଇ ୧୦୭ ଧାରା ଲଗାଯାଇଛି ବୋଲି ଅଦାଲତ କହିବା ସହ ଜମିରେ ଆହୁରି କାହାର ଅଧିକାର ନାହିଁ ବୋଲି କହିଥିଲେ। ଏହି ଘଟଣା ପରେ ଇଚ୍ଛାମୃତ୍ୟୁ ମାଗିଥିବା ଅମିତଙ୍କୁ ପୁଣି ବଞ୍ଚିବାର ରାହା ମିଳିଛି।

Comments are closed.