ବୁଦ୍ଧ ପୁର୍ଣିମା ଉପଲକ୍ଷେ ବିଜେଡ଼ି ତରଫରୁ ସର୍ବତ ବଣ୍ଟନ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ବିଜେଡ଼ି ଦଳ ତରଫରୁ ପବିତ୍ର ବୁଦ୍ଧ ପୁର୍ଣିମା ଅବସରେ ଜ୍ୟେଷ୍ଠ ମାସ ଉଦୁଉଦିଆ ଗ୍ରୀଷ୍ମ ପ୍ରବାହରେ ଶୋଷ ମେଣ୍ଟାଇବା ପାଇଁ ଏକ ସର୍ବତ ବଣ୍ଟନ କାର୍ଯ୍ୟକ୍ରମ ସ୍ଥାନୀୟ ଇନ୍ଦିରା ଛକଠାରେ ଆୟୋଜନ କରାଯାଇଥିଲା। ଆଜି ସାପ୍ତାହିକ ହାଟ ଥିବା ଯୋଗୁଁ ଗାଁ ଗଣ୍ଡାରୁ ହାଟକୁ ପନିପରିବା କଣିବାକୁ ଆସିଥିବା ଲୋକମାନଙ୍କୁ ଦହି ସର୍ବତ ବଣ୍ଟନ କରାଯାଇଥିଲା। ସାହସ୍ରାଧିକ ଲୋକ ସର୍ବତ ପିଇ ନିଜର ତୃଷା ମେଣ୍ଟାଇଥବା ଦେଖା ଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ବିଜେଡ଼ିର ବରିଷ୍ଠ ନେତା ଅଜୟ ଦାସଙ୍କ ନେତୃତ୍ୱରେ ଯୁବ କାଉନସିଲର ସୂର୍ଯ୍ୟ ପ୍ରକାଶ ମିଶ୍ର, ମନୀଷ ଅଗ୍ରୱାଲ, ମୁନା ମହାନ୍ତି, ପ୍ରମୋଦକର, ପ୍ୟାରେଲାଲ ଜାଙ୍ଗଡ଼ା, ଦେବରାଜ ଯାଦବ, ହରିବନ୍ଧୁ ସିପକା, ବିଶାଳ ବେହେରା, ବିଷ୍ଣୁ ବେହେରା, ବିଶ୍ୱନାଥ ଦଣ୍ଡ ସେନା, ପିଙ୍କି ଖରସେଲ, ନିଶା ମହାନନ୍ଦ, ସସ୍ମିତା ଦାନସେନା, ଘଣ୍ଟ ବେସନ, ବବିତା ମହାନନ୍ଦ, ପ୍ରମୁଖ ସର୍ବତ ବଣ୍ଟନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Comments are closed.