ଜିଆରପି ପୋଲିସ ଦ୍ୱାରା ଧରାପଡ଼ିଲା କୁଖ୍ୟାତ ଟ୍ରେନ ଲୁଟେରା

କଣ୍ଟାବାଞ୍ଜି: ଆଜମିର ପୁରୀ ସୁପରଫାଷ୍ଟ ସ୍ପେଶାଲ ଟ୍ରେନ ନଂ ୦୨୦୩୮ ରେ ଗତ ୨୪ ତାରିଖ ଦିନ ଏସି ବଗିରେ ଯାତ୍ରା କରୁଥିବା ଜଣେ ମହିଳା ଯାତ୍ରୀଙ୍କ ଠାରୁ ଖରିଆର ରୋଡ ଷ୍ଟେସନରେ ଟ୍ରେନ ପହଞ୍ଚିବା କ୍ଷଣି, ଜନୈକ ମହିଳାଙ୍କ ଠାରୁ ଭେନିଟି ବ୍ୟାଗ ଲୁଟ କରି ଫେରାର ହୋଇଯାଇଥିଲା। ଫେରାର ଥିବା କୁଖ୍ୟାତ ଲୁଟେରାକୁ ଗତ ଏପ୍ରିଲ ୧ ତାରିଖ ରାତିରେ କଣ୍ଟାବାଞ୍ଜି ଜିଆରପି ପୁଲିସ ଗିରଫ କରିବାରେ ସଫଳ ହୋଇଛି ଏବଂ ଚୋରି ହୋଇ ସାମଗ୍ରୀ ଉଦ୍ଧାର କରିଛି। ଅପରପକ୍ଷରେ ଲୁଟେରା ଜଣକ ଭେନିଟି ବ୍ୟାଗରେ ଥିବା ଟଙ୍କାକୁ ଲୁଟେରା ଖର୍ଚ୍ଚ କରିଦେଇଛି ବୋଲି ତଦନ୍ତ କାରୀ ଜିଆରପି ଫାଣ୍ଡି ପୁଲିସ ଅଧିକାରୀ ମୋହନ ନାୟକଙ୍କ ନିକଟରେ ସ୍ୱୀକାର କରିଛି।
କଣ୍ଟାବାଞ୍ଜି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର କରାଯିବା ପରେ ଅଭିଯୁକ୍ତଙ୍କ ଜାମିନ ନାମାଞ୍ଜୁର ହୋଇଥିଲା। ଏହା ସହିତ ଅଭିଯୁକ୍ତ ଲୁଟେରାକୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାିଜତକୁ ପଠାଇ ଦିଆଯାଇଥିବା ଜିଆରପି ସୂତ୍ରରୁ ଜଣା ପଡିଛି।
ପ୍ରାପ୍ତ ସୂଚନା ଅନୁଯାୟୀ ଗତ ମାର୍ଚ୍ଚ ୨୩ ତାରିଖ ଦିନ ଆଜମିର ପୁରୀ ଦୃତଗାମୀ ଟ୍ରେନରେ ଅହମଦାବାଦ ଷ୍ଟେସନରୁ ବି-୨ ଏସି ବଗିରେ ବର୍ଥ ନଂ ୩,୪,୫ ରେ ଅଭିଯୋଗ କାରୀ ଦୀପ୍ତି ଚନ୍ଦାକା ତାଙ୍କର ବାପା, ମା’ ଓ ଛୋଟ ଛୁଆ ସହ ଭୁବନେଶ୍ୱରକୁ ଯାତ୍ରା କରିଥିବା ବେଳେ ୨୪ ତାରିଖ ରାତି ପ୍ରାୟ ୩ଟା ସମୟରେ ଓଡିଶାର ଖରିଆର ରୋଡଷ୍ଟେସନରେ ପହଞ୍ଚିଥିଲା। ପୂର୍ବରୁ ଛତିଶଗଡ ମହାସମୁନ୍ଦର ୱାର୍ଡ ନଂର ୭ର ନୟାପଡାର କୁଖ୍ୟାତ ଟ୍ରେନ ଲୁଟେରା ଜଣକ ଜନୈକ ମହିଳା ଦୀପ୍ତିଙ୍କ ଠାରୁ ଭେନିଟି ବ୍ୟାଗ ଲୁଟ କରି ଚଳନ୍ତା ଟ୍ରେନରୁ ଡେଇଁ ପଡି ଫେରାର ହୋଇଯାଇଥିଲା। ମହିଳାଙ୍କର ପିତା ଟ୍ରେନରେ ଥିବା ଏସ୍କଟ ସୁରକ୍ଷା ବଳକୁ ଜଣାଇଥିଲେ ମଧ୍ୟ ସୁଫଳ କିଛି ମିଳି ନଥିଲା। ଏହାପରେ ଟ୍ରେନ୍‌ଟି ଭବନେଶ୍ୱର ଷ୍ଟେସନରେ ପହଞ୍ଚିବା ପରେ ,ଭବନେଶ୍ୱର ଜିଆରପି ପୋଲିସକୁ ଲିଖିତ ଭାବରେ ଏତଲା ଦେଇଥିଲେ। ଏତଲାରେ ତାଙ୍କ ଭ୍ୟାନିଟି ବ୍ୟାଗରେ ଗୋଟିଏ ସାମସଙ୍ଗ ଗ୍ୟାଲେକ୍ସି ଏମ୍୨୧ ଏଣ୍ଡରୋଏଡ ମୋବାଇଲ,ଆଉ ଗୋଟେ ସାମସଙ୍ଗ କିପେଡ ଛୋଟ ମୋବାଇଲ, ଭ୍ୟାନିଟି ବ୍ୟାଗ ରେ ନଗଦ ୯ ହଜାର ଟଙ୍କା, ଗୋଟିଏ ସୂନାରିଙ୍ଗ, ଆଧାର କାର୍ଡ, ଭୋଟର କାର୍ଡ, ୩ ଟି ଏଟିଏମ କାର୍ଡ ଓ ଔଷଧ ଥିବା ଏତଲାରେ ଦର୍ଶାଇଥିଲେ।

 

ଭୁବନେଶ୍ୱର ଜିଆରପି ଥାନା ଗତ ୨୫ ତାରିଖରେ ରେଜିଷ୍ଟ୍ରି କରିଥିବା ଏହି ଏଫ ଆଇଆରକୁ କଣ୍ଟାବାଞ୍ଜି ଫାଣ୍ଡିକୁ ହସ୍ତାନ୍ତର କରାଯାଇଥିଲା। ଏହାପରେ ଏପ୍ରିଲ ୧ ତାରିଖ ଦିନ ସଂଧ୍ୟାରେ ଫାଣ୍ଡି ଅଧିକାରୀ ମୋହନ ନାୟକ ଏତଲା ରିସିଭ କରିବା ସହ ଜିଆରପି ପୋଲିସ ଫୋର୍ସ ଏବଂ ମହାସମୁନ୍ଦରୁ ଆସୁଥିବା ଏସଟିଫ ରେଳ ସୁରକ୍ଷା ବଳ ଅଧିକାରୀଙ୍କ ସହାୟତାରେ ଖରିଆର ରୋଡ ଷ୍ଟେସନରେ ଚଢ଼ାଉ କରିଥିଲେ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସାଦା ପୋଷାକରେ ପୁଲିସ ରେଷ୍ଟେସନ ଏରିଆରେ ସର୍ଚ୍ଚ ଆରମ୍ଭ କରିଥିଲେ। କୁଖ୍ୟାତ ଟ୍ରେନ ଲୁଟେରା ସୌରଭ ବୁରାଣ୍ଡେ ରାୟୁପୁର ଆଡୁ ଆସୁଥିବା ଲିଙ୍କ ଏକ୍ସପ୍ରେସରେ ଲୁଟ ପାଇଁ ଷ୍ଟେସନ ପ୍ଲାଟ ଫର୍ମରେ ଛକି ରହିଥିବା ଜାଣିବାକୁ ପାଇଥିଲେ। ଅତର୍କିତ ଭାବେ ଜିଆର୍‌ପି ପୁଲିସ ସେଠାରେ ଚଢ଼ାଉ କରିଥିଲେ ଏବଂ ତାକୁ ପଚରା ଉଚୁରା କରଥିଲେ। ଜିଆରପି ପୁଲିସ ଦ୍ୱାରା ଧରା ପଡିବା ପରେ ଏକ ଜରି ବ୍ୟାଗରେ ଲୁଟ ହୋଇଥିବା ଭେନିଟି ବ୍ୟାଗ ରଖିଥିବା ସେ କହିଥିଲା। ସମୟରେ ଜିଆରପି ପୁଲିସ ଭେନିଟି ବ୍ୟାଗ୍‌କୁ ଜବତ କରିବା ସହ କଣ୍ଟାବାଞ୍ଜି ଫାଣ୍ଡିକୁ ତଦନ୍ତ ପାଇଁ ହସ୍ତାନ୍ତର କରିଥିଲେ। ତଦନ୍ତ ସମୟରେ ସୌରଭ ଏକ କୁଖ୍ୟାତ ଟ୍ରେନ ଲୁଟେରା ହୋଇଥିବା ଏବଂ ଅଭିଯୁକ୍ତଙ୍କ ନାମରେ ରାୟପୁର ମହାସମୁନ୍ଦ ଜିଆରପି ଥାନ ଅଞ୍ଚଳରେ ଆଗରୁ ବହୁ ମାମଲା ରୁଜୁ ହୋଇଥିବା ଜିଆରପି ପୁଲିସ ଜାଣିବାକୁ ପାଇଥିଲା। ଏହି ଟ୍ରେନ ଲୁଟେରାକୁ ଧରିବାରେ ଜିଆରପି ପୋଲିସର ବଡ ସଫଳତା ବୋଲି କୁହାଯାଉଛି। ପୂର୍ବରୁ ମଧ୍ୟ ଖରିଆର ରୋଡ ଓ ମହାସମୁନ୍ଦ ଅଞ୍ଚଳର ଅନ୍ୟ ଟ୍ରେନ ଲୁଟେରାକୁ ଗିରଫ କରି ଜେଲ କୋର୍ଟ ଚାଲାଣ କରିଥିବା ଜଣାପଡିଛି।

Comments are closed.