କଣ୍ଟାବାଞ୍ଜିରେ ନିଃଶୁଳ୍କ କୃତ୍ରିମ ଅଙ୍ଗ ପ୍ରତ୍ୟାରୋପଣ ଶିବିର

କଣ୍ଟାବାଞ୍ଜି : ଅନେକ ସମୟରେ କଣ୍ଟାବାଞ୍ଜିରେ ମାରୱାଡ଼ି ୟୁବା ମଞ୍ଚ ବିକାଶ ଶାଖା ଅନେକ ଜନ ହିତକର କାର୍ଯ୍ୟ କରିଆସୁଛନ୍ତି। ଜନ୍ ମଙ୍ଗଳ କାର୍ଯ୍ୟରେ ମାରୱାଡ଼ି ଯୁବା ମଞ୍ଚ ସବୁବେଳେ ଆଗରେ । ଆଜି କଣ୍ଟାବାଞ୍ଜି ସ୍ଥିତ ହରିଭବନ୍ ଠାରେ ୩ ଦିନିଆ ନିଃଶୁଳ୍କ କୃତ୍ରିମ ଅଙ୍ଗ ପ୍ରତ୍ୟାରୋପଣ ଶିବିରର ଆୟୋଜନ ମାରୱାଡ଼ି ୟୁବା ମଞ୍ଚ ବିକାଶ ଶାଖା ତରଫରୁ କରାଯାଇଛି । ଏହି ଶିବିର ୨୭,୨୮,୨୯ ତାରିଖ ଯାଏ ଚାଲିବ । ଏହି ଶିବିର ରେ ଆସିଥିବା ସମସ୍ତ ରୋଗୀ ଏବଂ ତାଙ୍କ ସହିତ ଥିବା ଜଣେ ସହ ଯୋଗୀ ଙ୍କ ପାଇଁ ରହିବା ଏବଂ ଖାଇବା ର ସମସ୍ତ ବ୍ୟବସ୍ଥା ମାରୱାଡ଼ି ଯୁବା ମଞ୍ଚ ତରଫରୁ ସୁବିଧା କରାଯାଇଛି ।
ଏହି ଶିବିର ଉଦଘାଟନ କରିଥିଲେ ଟିଟଲାଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମମତା ଜୈନ, , ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଜ୍ଞାପତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଶ୍ରୀ ବରୀୟାମ ସିଂ ସାଲୁଜା , ଏବଂ ଡାକ୍ତର ଗୋବିନ୍ଦ ଅଗ୍ରୱାଲ, ରାଜ୍ୟ ସଂଯୋଜକ ଆଶିଷ ଖେତାନ, ମନୀଷ ଜୈନ, ସଭାପତି ଅନୁପ ଜୈନ, ଅଗ୍ରୱାଲ ସଭା ଟ୍ରଷ୍ଟ ସଭାପତି ସୁରେଶ ଆର୍ୟ୍ଯ,ସମ୍ପାଦକ ପୀୟୂଷ ଜିନ୍ଦଲ ମଂଚ ରେ ଉପସ୍ଥିତ ଥିଲେ । ମଂଚ ପରିଚାଳନା ସୁମିତ ଜୈନ କରିଥିଲେ । ଏହି ଅଵସରରେ ସାମ୍ୱାଦିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ସହ ବିକାଶ ଶାଖାର , ଆନଦ ମୋଟେ , ମୟଙ୍କ ଜୈନ, ବଜରଙ୍ଗ ଜିନ୍ଦଲ,ଅରିହନ୍ତ ଜୈନ, ଅଜୟ ଅଗ୍ରୱାଲ, ଅରୁଣ ଆର୍ୟ, ସଞ୍ଜୟ ଗାନ୍ଧୀ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମ ଦିନରେ ୬୨ ଜଣଙ୍କ ଚିହିଁତ କରା ଯାଇଥିଲା, ଏହି ଅବସରରେ ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ ନବ କିଶୋର ସାହୁ ଯୋଗ ଦେଇଥିଲେ।

Comments are closed.