କଣ୍ଟାବାଞ୍ଜି ଇନଡୋର୍ ଷ୍ଟାଡିୟମ ପାଇଁ ଭୂମି ପୂଜନ କଲେ ମନ୍ତ୍ରୀ ଟୁକୁନି ସାହୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରରେ ବିଜୁ ପଟ୍ଟନାୟକ ବହୁମୁଖୀ ଇନଡୋର ଷ୍ଟାଡିୟମ ପାଇଁ ଭୂମି ପୂଜନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଟୁକୁନି ସାହୁ ଭୂମି ପୂଜନ କରିଥିଲେ । କଣ୍ଟାବାଞ୍ଜି ସରକାରୀ ବାଳିକା ହାଇସ୍କୁଲ ପଛ ପଟେ ୬ କୋଟି ୩୪ ଲକ୍ଷ ବ୍ୟୟ ଅଟକଳରେ ଏହି ଷ୍ଟାଡିୟମ ତିଆରି ହେବ । ଏହି ଅଞ୍ଚଳରେ ଖେଳାଳିମାନଙ୍କ ପାଇଁ କିଛି ସୁବିଧା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦୃଷ୍ଟି ଆକର୍ଷକରାଯାଇଥିଲା । ମୁଖ୍ୟମନ୍ତ୍ରୀ ଖେଳାଳି ଏବଂ ଏ ଅଞ୍ଚଳର ଦାବି ପୂରଣ କରି ଇନଡୋର ଷ୍ଟାଡିୟମ ତିଆରି ପାଇଁ ଘୋଷଣା କରିଥିଲେ । ତେବେ ଆଜି ବିଧିବଧ ଭାବେ ଭୂମି ପୂଜନ କରାଯାଇଛି । ଇନଡୋର ଷ୍ଟାଡିୟମ ତିଆରି ହେବା ଯୋଗୁଁ ଖେଳାଳିମାନେ ଅନେକ ସୁବିଧା ପାଇବେ । ଖେଳାଳି ମାନେ ନିଜ ଖେଳରେ ଉତ୍ତମ ପ୍ରଦର୍ଶନ କରି ଯେମିତି ରାଜ୍ୟ ତଥା ରାଜ୍ୟ ବାହାରେ ନାଁ ରଖିବେ ସେନେଇ ଫୋକସ୍ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ତେବେ କଣ୍ଟାବାଞ୍ଜି ସହରରେ ଇନଡୋର ଷ୍ଟାଡିୟମ ତିଆରି ହେଉଥିବାରୁ ଅଞ୍ଚଳବାସୀ ମଧ୍ୟ ଖୁସିବ୍ୟକ୍ତ କରୁଛନ୍ତି ।ଏହି ଭୂମି ପୂଜନ କାର୍ୟ୍ୟକ୍ରମରେ ବିଜେଡିର ବରିଷ୍ଠ ନେତା ଅଜୟ ଦାସ, ରାଜ୍ୟ ମହିଳା ବିଜେଡି ଉପସଭାପତି ଗୋପ ମହାନନ୍ଦ, ଜିଲ୍ଲା ସାଧାରଣ ସମ୍ପାଦକ ଫିରୋଜ ଖାନ ଜିଲ୍ଲା ସମ୍ପାଦକ ରାଜେନ୍ଦ୍ର ବେହେରା, ଜିଲ୍ଲା ଯୁବ ସମ୍ପାଦକ ଦେବରାଜ ଯାଦବ, ନଗର ସଭାପତି ଏସ. ଜଗନ୍ନାଥ ରାଓ ଦେବାର ବାରିକ ବିଶାଳ ବେହେରା ଜିଲ୍ଲା ମହିଳା ସମ୍ପାଦିକା ପିଙ୍କି ଖରସେଲ ପ୍ରମୁଖ ଶତାଧିକ ମହିଳା କର୍ମୀ ଉପସ୍ଥିତ ଥିବା ବେଳେ, ସରକାରୀ ସ୍ତରରେ ପୂର୍ତ୍ତ ଓ ଗୃହ ନିର୍ମାଣ ଅଧି କ୍ଷଣ ଯନ୍ତ୍ରୀ ଇଂ ଅର୍ଜୁନ ବେହେରା, ସହକାରୀ ନିର୍ବାହୀ ଯନ୍ତ୍ରୀ ଏସ. ପାତ୍ରୋ, ଜିଲ୍ଲା ସ୍ପୋର୍ଟ୍ସ ଆଦିକାରୀ ରାଜେନ୍ଦ୍ର ପ୍ରସାଦ, ଏସ. ଡ଼ି. ପି. ଓ ଡ. ହୃଷିକେଶ ମେହେର ଉପସ୍ଥିତ ଥିଲେ ।

Comments are closed.