କଣ୍ଟେନମେଣ୍ଟ ଜୋନ ଉଠିଲା, ସାଧାରଣ ଜନତାଙ୍କ ଆଶ୍ୱସ୍ତି

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ପୌରାଞ୍ଚଳର ୱାର୍ଡ ନଂ.୨, ୫, ୧୦ ଓ ୧୧ରେ କରୋନା ପଜିଟିଭ ଚିହ୍ନଟ ହେଲା ପରେ ଜିଲ୍ଲା ପ୍ରଶାସନ ଦ୍ୱାରା ଅଗଷ୍ଟ ୪ ତାରିଖ ଦିନ କଣ୍ଟେନମେଣ୍ଟ ଜୋନ ଘୋଷଣା କରି ସିଲ କରାଯାଇଥିଲା। ଦୀର୍ଘ ନଅ ଦିନରେ ସଂପୃକ୍ତ ୱାର୍ଡ ଗୁଡିକୁ କଣ୍ଟେନମେଣ୍ଟ ଜୋନ ଥିବା ମଧ୍ୟରେ ନାହିଁ ନ ଥିବା ଅଭିଯୋଗ ବିଭିନ୍ନ ଦିନରେ ସ୍ଥାନୀୟ ପ୍ରଶାସନକୁ ଜଣାଇଥିଲେ। ଏପରିକି କଣ୍ଟେନମେଣ୍ଟ ଜୋନ ଉଠାଇବା ପାଇଁ ବିକ୍ଷୋଭମାନ କରିଛନ୍ତି।

ବୁଧବାର ଦିନ ୱାର୍ଡ ନଂ.୧୦ର ବାସିନ୍ଦା କଣ୍ଟେନମେଣ୍ଟ ଜୋନର ସୀମା ଉଲଂଘନ କରି ବିକ୍ଷୋଭ କରିଥିଲେ। ଏହା ପରେ ସ୍ଥାନୀୟ ଏସଡିପିଓ ସରୋଜ କୁମାର ମହାପାତ୍ର କଣ୍ଟେନମେଣ୍ଟ ଜୋନବାସୀଙ୍କୁ ବୁଝାସୁଝା କରିଥିଲେ। ଜିଲ୍ଲା ପ୍ରଶାସନର ନଜରକୁ ଆସିଲା ପରେ ବୁଧବାର ମଧ୍ୟ ରାତ୍ରିରୁ ସମସ୍ତ ଚାରି ଗୋଟି ୱାର୍ଡର କଣ୍ଟେନମେଣ୍ଟ ଜୋନ ଉଠାଇ ଦିଆଯାଇଛି। ଏହା ପରେ କଣ୍ଟେନମେଣ୍ଟ ଜୋନବାସୀ ଆଶ୍ୱସ୍ତି ଲାଭ କରିଛନ୍ତି।

Comments are closed.