କରୋନା ଯୋଦ୍ଧା ୨ ସାମ୍ବାଦିକଙ୍କ ବିୟୋଗରେ ଶୋକସଭା

କଣ୍ଟାବାଞ୍ଜି : ଓଡିଶାରେ କାର୍ଯ୍ୟରତ ଗୋଟିଏ ପରେ ଗୋଟିଏ ୨ ଜଣ ସାମ୍ବାଦିକଙ୍କ ମୃତ୍ୟୁକୁ ନେଇ ସାମ୍ବାଦିକଙ୍କ ସହିତ ବିଭିନ୍ନ ମହଲରେ ଶୋକରା ଛାୟା ଖେଳିଯାଇଛି। ଏହାକୁ ନେଇ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସାମ୍ବାଦିକ ସଂଘର କାର୍ଯ୍ୟରତ ସାମ୍ବାଦିକମାନେ ପୂର୍ତ୍ତ ବିଭାଗର ଡାକ ବଙ୍ଗଳାରେ ଏକତ୍ରିତ ହୋଇ ଉତ୍କ ୨ କରୋନା ମୃତ ସାମ୍ବାଦିକ ଯଥା ହିଞ୍ଜିଲି ଅଞ୍ଚଳର ପ୍ରିୟଦର୍ଶୀ ପଟ୍ଟନାୟକ ଏବଂ ଗଜପତି ଅଞ୍ଚଳର କେ.ସି.ରତ୍ନମଙ୍କ ପାଇଁ ଗଭୀର ଶୋକ ବ୍ୟକ୍ତ କରିବା ସହ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ନିଜ ଜୀବନକୁ ପାଣି ଛଡାଇ ପ୍ରତ୍ୟେକ ଅଞ୍ଚଳର ସମସ୍ୟାକୁ ନେଇ ନିଜ ନିଜ ଖବରକାଗଜରେ ଖବର ପ୍ରକାଶ କରି ସମସ୍ୟାର ସମାଧାନ କରି ଆସୁଥିବା ସେହି ମହାନ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ରାଜ୍ୟ ଓ କେନ୍ଦ୍ରର ସରକାର ହୃଦୟଙ୍ଗମ କରି ଅନୁକମ୍ପା ରାଶି ସର୍ବନିମ୍ନ ୧୫ ଲକ୍ଷ ଟଙ୍କା ଘୋଷଣା କରିଥିବା ବେଳେ ଏହାକୁ ୫୦ ଲକ୍ଷ ଟଙ୍କା କରିବା ପାଇଁ ଉକ୍ତ ଶୋକ ସଭାରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନେ ଦାବୀ କରିଛନ୍ତି। ଆୟୋଜିତ ଶୋକସଭାର ଆବାହକ ସମାଜ ପ୍ରତିନିଧି ଜୀବନାନନ୍ଦ ମହାନ୍ତିଙ୍କ ଆବାହକରେ ସଂଘ ସଭାପତି ସୁବାଷ ବେହେରାଙ୍କ ନେତୃତ୍ୱରେ ବରିଷ୍ଠ ସାମ୍ବାଦିକ ମୌଜ ଆଧାର ଶର୍ମା, ଡାକ୍ତର ସଞ୍ଜୟ କୁମାର ମିଶ୍ର, ଗୁରୁଦୟାଲ ହଂସ, ଶୁକଦେବ ମହାନ୍ତି, କୃତିକର ବାଗ ଯାଦବ, ବିମଲ ଦାସ, ମୋହନ ସୋନୀ, ଅନ୍ତିମ ପାଣିଗ୍ରାହୀଙ୍କ ସହ ସହରର ସମାଜସେବୀ ଓ ବରିଷ୍ଠ ଆଇନଜୀବି ବିଷ୍ଣୁପ୍ରସାଦ ଶର୍ମା, ସ୍ୱେଚ୍ଛାସେବୀ ଭୁବନାନନ୍ଦ ମହାନ୍ତି ପ୍ରମୂଖ ଯୋଗଦେଇ ଉଭୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶୋକାକୂଳ ପରିବାରକୁ ଗଭୀର ସମବେଦନା ଜଣାଇଥିଲେ।