କରୋନା ଯୋଦ୍ଧା ଦୁଇ ପୁଲିସ ଅଫିସର ସମ୍ବର୍ଦ୍ଧିତ

କଂଟାବାଂଜି : ସାରା ବିଶ୍ୱରେ କରୋନା ମହାମାରି ରୋଗ ବ୍ୟାପିଥିବା ବେଳେ ଭାରତ ମଧ୍ୟ ବାଦ୍‍ ପଡି ନାହିଁ। ଏପରିକି ଭାରତର ସମସ୍ତ ରାଜ୍ୟରେ ପ୍ରଶାସନିକ ସ୍ତରରୁ ଆରମ୍ଭ କରି ପୁଲିସ,ସ୍ୱାସ୍ଥ୍ୟ ,ସେନା ,ଜବାନ ସାମାଜିକ ଅନୁଷ୍ଠାନ, ସ୍ୱେଛାସେବୀ ଖବରଦାତା ଏବଂ ସାଧାରଣ ଲୋକଠାରୁ ଆରମ୍ଭ କରି ସମସ୍ତେ ନିଜକୁ ନିଜେ କରୋନା ଯୋଦ୍ଧାଭାବେ ସାମିଲ କରି ଦେଶରୁ କରୋନା ହଟେଇବା ପାଇଁ ସାମିଲ ଅଛନ୍ତି। ଏହି ପରିପ୍ରେକ୍ଷିରେ କଂଟାବାଂଜିରେ ମଧ୍ୟ ଅଗ୍ନିଶମ ବିଭାଗ,ସ୍ୱାସ୍ଥ୍ୟ ବିଭାଗ,ଏନ.ଏ.ସି. ସଫେଇ କର୍ମଚାରୀ,ଜନସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ନିଜ ନିଜ ଦାୟୀତ୍ୱ ତୁଲାଇ ଆସୁଥିବା ବେଳେ କଂଟାବାଂଜି ପୁଲିସ ଉପଖଣ୍ଡରେ କାର୍ଯ୍ୟରତ କଂଟାବାଂଜି ପୁଲିସ ଏସ.ଡି.ପି.ଓ. ସରୋଜ କୁମାର ମହାପାତ୍ର ଏବଂ ଥାନା ଆଇ.ଆଇ.ସି. ସତ୍ୟଜିତ କାଣ୍ଡେଲକରଙ୍କୁ ସ୍ଥାନୀୟ ବିପ୍ର ଫାଉଣ୍ଡେସନ ତରଫରୁ ଶୁକ୍ରବାର ଦିନ ଥାନା ପରିସରରେ ସମ୍ବର୍ଦ୍ଧିତ କରିଛନ୍ତି। ଏହି ସମ୍ବର୍ଦ୍ଧନା ସଭାରେ ରାଜ୍ୟ ଉପାଧ୍ୟକ୍ଷ ପୱାନ କୁମାର ଶର୍ମା, ବ୍ରାହ୍ମଣ ସମାଜ ପୂର୍ବତନ ସଭାପତି ରାଜୁ ଶର୍ମା, ସଦସ୍ୟ ମନୋଜ ଶର୍ମା, ଗୋପାଲ ପାରିକ ଉପସ୍ଥିତ ରହି ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତକରିଛନ୍ତି ।

Comments are closed.