ରାଜୁ ସଂରକ୍ଷିତ ଜଙ୍ଗଲରେ ଚିତା ବାଘ ଠାବ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ରେଞ୍ଜ ଅନ୍ତର୍ଗତ ରାଜୁ ସଂରକ୍ଷିତ ଜଙ୍ଗଲ ଢୋଲମାନ୍ଦଲ ସେକ୍ସନରେ ଚିତାବାଘ ଥିବାର ଠାବ କରିଛି ବନ ବିଭାଗ।

ପ୍ରାପ୍ତ ସୂଚନା ଅନୁଯାୟୀ, ରାଜୁ ସଂରକ୍ଷିତ ଜଙ୍ଗଲରେ ବନବିଭାଗ ତରଫରୁ ୪/୫ ଦିନ ତଳେ ପାଟ୍ରୋଲିଂଗ କରୁଥିବା ବେଳେ ଚିତାବାଘର ପାଦ ଚିହ୍ନ ଠାବ କରାଯାଇଛି। ରିଜର୍ଭ ଜଙ୍ଗଲ ଢୋଲମାନ୍ଦଲ ସେକ୍ସନ ଅଞ୍ଚଳରେ ବନୀକରଣ ପରେ ନୂତନ ଜଙ୍ଗଲ ସୃଷ୍ଟି ହେବାରୁ ଚିତାବାଘ ପଡୋଶୀ ଜିଲା ସୁନାବେଡା ସଂରକ୍ଷିତ ଜଙ୍ଗଲ ପଟରୁ ପଳାଇ ଆସି ନିଜକୁ ସୁରକ୍ଷିତ ମନେକରି ଚିତାବାଘ ବିଚରଣ କରୁଥିବା ବନବିଭାଗ ଅନୁମାନ କରୁଛି। ତେଣୁ କଣ୍ଟାବାଞ୍ଜି ବନାଞ୍ଚଳ ଅଧିକାରୀ ଓ ଢୋଲମାନ୍ଦଲ ବନରକ୍ଷୀ ରିଜର୍ଭ ଫରେଷ୍ଟ ଆଖପାଖ ଗ୍ରାମାଞ୍ଚଳର ଜନସାଧାରଣ ସତର୍କତା ଅବଲମ୍ବନ କରିବା ସହ ନିଜେ ସଜାଗ ହେବାକୁ ବନବିଭାଗ ତରଫରୁ ଜନସାଧାରଣଙ୍କୁ ସତର୍କ କରାଯାଇଛି।

Comments are closed.