ନୂଆ ସଭାପତିଙ୍କୁ କଣ୍ଟାବାଞ୍ଜି ବିଜେଡି କାର୍ଯ୍ୟାଳୟରେ ସମ୍ବର୍ଦ୍ଧନା

କଣ୍ଟାବାଞ୍ଜି: ବିଜେଡି ବିଧାୟକ ପାର୍ଥି ଅଜୟ ଦାସଙ୍କ ଉପସ୍ଥିତିରେ ନୂତନ ବିଜେଡି ସଭାପତିଙ୍କୁ ସମର୍ଦ୍ଧନା ଦିଆଯାଇଥିଲା। ନୂତନ ଭାବେ ଜିଲ୍ଲା ସଭାପତି ତଥା ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଘୋଷଣା କରିଥିବା ତୁରକେଲା ବ୍ଲକ ସଭାପତି ଭାବେ ଶ୍ରୀ ଆଶାଦୁଲହ ଖାନ ମୁରିବାହାଲ ବ୍ଲକ ସଭାପତି ଶ୍ରୀ ମିନିକେତନ ପାତ୍ର ଏବଂ କଣ୍ଟାବାଞ୍ଜି ଏନ. ଏ. ସି. ସଭାପତି ଶ୍ରୀ ଏସ ଜଗନ୍ନାଥ ରାଓ ଓ କାର୍ଯ୍ୟକାରୀ ସଭାପତି ଶ୍ରୀ ଦେବାର ବାରିକଙ୍କୁ ଉପସ୍ଥିତ ବିଜେଡି କର୍ମୀମାନେ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା।

ସଭାକୁ ପରିଚାଳନା କରିଥିଲେ ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ରାଜେନ୍ଦ୍ର ବେହେରା। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଯୁବ ସମ୍ପାଦକ ଶାନ୍ତନୁ ବିଭାର ସୁଧାମୟ ଟାହାଣୀ, ନଗର ଯୁବ ସଭାପତି ବିଶାଳ ବେହେରା, ମୁରିବାହାଲ ବ୍ଲକ ଯୁବ ସଭାପତି ଚିତ ବାଗ, ନଗର ସଭା ନେତ୍ରୀ ସଶ୍ମିତା ଦଣ୍ଡସେନା, ମୁରିବାହାଲ ବ୍ଲକ ସଭାନେତ୍ରୀ ରଜନୀ ବାଗ, ମହିଳା ଜିଲ୍ଲା ସାଧାରଣ ସମ୍ପାଦିକା ପିଙ୍କି ଖର୍ଶେଲ, ନାରୀ ନେତ୍ରୀ ପୁପ୍ପା ଘିବେଲା, ନିଶା ମହନନ୍ଦ, ଘଟ ବେସନ, ପ୍ରୀତି ଜୈନ, ଲଳିତା ରୟତି ଅଷ୍ଟମୀ ଭଗର୍ତି, ବିଶ୍ୱନାଥ ସାହୁ, ସେଫୁଲା ଖାନ, ପ୍ରମୋଦ କର, ଯୁବ ନେତା ଅଶୋକ କୁଅଁର, ବାଣ୍ଟୁ ଖର୍ଶେଲ, ହରେକୃଷ୍ଣ ବଗର, ଡୁଲାମଣୀ ବେହେରା ଉପସ୍ଥିତ ଥିଲେ।

Comments are closed.